Author: Anasuya Das

ଏବେ ମୁକ୍ତାକାଶର ବିହଙ୍ଗ ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜିନତ୍’କୁ ଖୁଆଡ଼ରୁ ବାହାର କରାଯାଇ ଜଙ୍ଗଲରେ ଛାଡ଼ିଛି ବନ ବିଭାଗ। ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆରେ ବାଘୁଣୀ ‘ଜିନତ୍’ ଛଡ଼ାଯାଇଥିବା ଜଣାଯାଇଛି। ରାତି ପ୍ରାୟ ୯ଟା ୩୦ରେ ଛଡ଼ାଯାଇଥିବା ଶିମିଳିପାଳ ଆରସିସିଏଫ ସୂଚନା ଦେଇଛନ୍ତି।  ଜଙ୍ଗଲରେ ତାକୁ ୩ଟି ଟିମ ୨୪ ଘଣ୍ଟିଆ ମନିଟରିଂ କରିବେ । ଗତ ୧୩ ତାରିଖରେ ମହାରାଷ୍ଟ୍ରର ତାଡବା-ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ (ଟିଏଟିଆର)ରୁ ‘ଜିନତ୍’କୁ ଟ୍ରାଙ୍କୁଲାଇଜର କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡିରେ ରାଇପୁର, ସମ୍ବଲପୁର ଏବଂ ଯଶିପୁର ବାଟ ଦେଇ ଶିମିଳିପାଳକୁ ଅଣା ଯାଇଥିଲା। ଶିମିଳିପାଳର ଏକ ସ୍ୱତନ୍ତ୍ର ଟିମ୍‌ ମହାରାଷ୍ଟ୍ର ଯାଇ ଆଇନଗତଃ ପ୍ରକ୍ରିୟା ଶେଷ କରିବା ପରେ ଏହି ବାଘୁଣୀକୁ ଆଣିଥିଲେ। ଶିମିଳିପାଳରେ ଗତ ୧୪ ତାରିଖ ସନ୍ଧ୍ୟାରେ ପହଞ୍ଚିଥିଲା ବାଘୁଣୀ ‘ଜିନତ’। ପରେ  ତାକୁ ଖୁଆଡ଼ାରେ ଛଡ଼ା ଯାଇଥିଲା।  କିଛି ଦିନ ତଳେ ଖୁଆଡ଼ରେ ଏକ ଘୁଷୁରୀକୁ ଶିକାର କରି ଖାଇଥିଲା ଜିନତ। ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ଦେଶର ଉତ୍ତମ ସ୍ଥାନ…

Read More