Author: Anasuya Das

କରୋନା ଭୁତାଣୁ ସମ୍ବନ୍ଧରେ ଏକ ନୂତନ ରିପୋର୍ଟ ଏବେ ପ୍ରକାଶ ପାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଚୀନ୍‌ର ଲ୍ୟାବରୁ ହିଁ ଏହି ଭୁତାଣୁ ଲିକ୍ ହୋଇ ସାରା ବିଶ୍ୱକୁ ବ୍ୟାପିଥିଲା। ଏହା ବ୍ୟତୀତ ଚୀନ୍ ସରକାର ଏବଂ ଆମେରିକାର ସରକାରୀ ଏଜେନ୍ସିଗୁଡିକ ଏହି ମାମଲା ଲୁଚାଇଥିବା ଅଭିଯୋଗ କରାଯାଇଛି।  ଚୀନ୍-ଆମେରିକା ରଚିଥିଲେ ଷଡ଼ଯନ୍ତ୍ର ୨୦୨୦ରେ ଭାରତ ସମେତ ସମଗ୍ର ବିଶ୍ୱରେ ବିପର୍ଯ୍ୟୟ ଘଟାଇଥିବା କରୋନା ଭୁତାଣୁକୁ କେହି ଭୁଲି ପାରିବେ ନାହିଁ।  ଏହି କାରଣରୁ ସମଗ୍ର ବିଶ୍ୱରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହି ଭୁତାଣୁ ଯୋଗୁ ଅଧିକାଂଶ ପରିବାର ନିଜ ପ୍ରିୟପରିଜନଙ୍କୁ ହରାଇଥିଲେ। କୋଭିଡ଼-୧୯ ନାମକ ଏହି ଭୁତାଣୁ ପ୍ରଥମେ ଚୀନ୍‌ରେ ଚିହ୍ନଟ ହୋଇଥିଲା। ସେହି ଦିନଠାରୁ ଚୀନ୍ ଏହାକୁ ସମଗ୍ର ବିଶ୍ୱରେ ବିସ୍ତାର କରିଥିବାର ଅଭିଯୋଗ ହୋଇଥିଲା। ପୁଣି ଥରେ ଏକ ନୂଆ ରିପୋର୍ଟ ଆସିଛି, ଯେଉଁଥିରେ ଚୀନ୍ ଯୋଗୁ ଏହି ଭୁତାଣୁ ବ୍ୟାପିଥିବା ଅଭିଯୋଗ ହୋଇଛି। ଆମେରିକା…

Read More