Author: Anasuya Das

ପୋଡ଼ିୟମ ନିକଟରେ ବିଜେଡିର ହଙ୍ଗମା ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି ୪ଟା ଯାଁଏ ବିଧାନସଭା ମୁଲତବୀ ମୁଖ୍ୟମନ୍ତ୍ରୀଙ୍କ ଏଏସଓ ଚାକିରି ବିକ୍ରି ମନ୍ତବ୍ୟକୁ ନେଇ ଆଜି ସରଗରମ ହୋଇଛି ବିଧାନସଭା। ଶନିବାର ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ବିବୃତିକୁ ବିରୋଧ କରି ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିବା ସହିତ ନାରାବାଜି କରିଥିଲେ।  ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେଡି ସଭ୍ୟମାନେ ଗୃହ ମଝିରେ ଆସି ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବିକରି ସ୍ଲୋଗାନ ଦେଇଥିଲେ। ମାତ୍ର ୩ ମିନିଟ୍ ପାଇଁ ଗୃହ ଚାଲିପାରିଥିଲା, ପରେ ବାଚସ୍ପତି ସୁରମା ପାଢ଼ୀ ଆନ୍ଦୋଳନରତ ବିଜେଡି ସଦସ୍ୟମାନେ ନାରାବାଜି ବନ୍ଦ କରିବାକୁ ମନା କରିବାରୁ ଗୃହକୁ ସାଢ଼େ ୧୧ଟା  ପର୍ଯ୍ୟନ୍ତ  ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ।   ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହରେ ଉପସ୍ଥିତ ଥିବାବେଳେ ତାଙ୍କ ଦଳର ସଦସ୍ୟମାନେ କୂଅ ଭିତରକୁ ଆସିଥିଲେ।…

Read More