Author: TRUPTIMAYEE SAHOO

ରାଜ୍ୟ ପୁଲିସ ବାହିନୀର ଚାରିଦିନିଆ ବୃତ୍ତିଗତ ପ୍ରତିଯୋଗିତା ଆରମ୍ଭ ଅପରାଧର ପରିଭାଷା ବଦଳିଛି ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ୱାରୋପ ରାଜ୍ୟପୁଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କ ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକସ୍ଥିତ ରିଜର୍ଭ ପୁଲିସ ଗ୍ରାଉଣ୍ଡ ପରିସରରେ ୬୯ ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୪ଟି ପୁଲିସ ଜିଲ୍ଲାରୁ ୩୧୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ୪୧ ଜଣ ଇନ୍ସପେକ୍ଟର, ୪୪ ଜଣ ଏସଆଇ, ୬୩ ଜଣ ଏଏସ.ଆଇ,୧୪୨ ଜଣ କନଷ୍ଟେବଳ ଏବଂ  ୨୩ ଟି ପୁଲିସ ଶ୍ଵାନ (K-9) ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ଡ଼ିଜିପି ଶ୍ରୀ ଖୁରାନିଆ  ସତ୍ୟ ଓ ନ୍ୟାୟର ପରିଭାଷା ପୁଲିସ…

Read More