Author: TRUPTIMAYEE SAHOO
IIMC: ଯେଉଁଠି କାମ କଲେ ସୁଦ୍ଧା ରାଷ୍ଟ୍ରକୁ ସର୍ବଦା ଅଗ୍ରାଧିକାର ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି)ର ୫୬ତମ ସମାବର୍ତ୍ତନ ସମାରୋହ ମଙ୍ଗଳବାର ଆୟୋଜିତ ହୋଇଯାଇଛି। ମହାତ୍ମା ଗାନ୍ଧି ମଞ୍ଚ, ଆଇଆଇଏମସି, ନୂଆଦିଲ୍ଲୀଠାରେ ଏହା ଆୟୋଜନ କରାଯାଇଥିଲା। ଆଇଆଇଏମସିର କୁଳପତି ତଥା କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମାରୋହରେ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଆଇଆଇଏମସି ନୂଆଦିଲ୍ଲୀ ଏବଂ ଏହାର ପାଞ୍ଚଟି ଆଞ୍ଚଳିକ କ୍ୟାମ୍ପସ-ଢେଙ୍କାନାଳ, ଆଇଜଲ, ଅମରାବତୀ, କୋଟ୍ଟାୟମ ଏବଂ ଜାମ୍ମୁର ୪୭୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ଡିପ୍ଲୋମା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ, ୩୬ ଜଣ ଉତ୍କୃଷ୍ଟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷାଗତ ଉତ୍କର୍ଷତା ପାଇଁ ପଦକ ଏବଂ ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହା ସେମାନଙ୍କ ଶିକ୍ଷାଗତ ଯାତ୍ରାର…
