Author: TRUPTIMAYEE SAHOO
BEd: ଓଡ଼ିଶାର ଛାତ୍ରଛାତ୍ରୀ ଇଣ୍ଟିଗ୍ରେଟେଡ୍ ବିଏଡ୍ ମାଧ୍ୟମରେ ୪ ବର୍ଷରେ ଡିଗ୍ରୀ ପୂରଣ କରି ଶିକ୍ଷକ ହୋଇପାରିବେ। ଏନଇପି ଅଧୀନରେ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ଆଇଟିଇପି) ମାଧ୍ୟମରେ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ଛାତ୍ରଛାତ୍ରୀ ମାନେ ଏବେ ବିଏଡ୍ ଡିଗ୍ରୀ ହାସଲ କରିପାରିବେ। ୧୬ଟି ସରକାରୀ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ଟି ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ନିକଟସ୍ଥ କଲେଜସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ଏବଂ ଆସନ୍ତା ଅଧିବେଶନରୁ ପାଠ୍ୟକ୍ରମ ଆରମ୍ଭ କରିବାକୁ ଏନସିଟିଇର ଅନୁମୋଦନକୁ ଅପେକ୍ଷା କରିଛନ୍ତି । ୨୦୨୫-୨୬ ଅଧିବେଶନ ପାଇଁ ଅନୁଷ୍ଠାନଗୁଡ଼ିକ ଏନସିଟିଇ ଅନୁମତି ପାଇନାହାନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଛାତ୍ରଛାତ୍ରୀମାନେ ୩ ବର୍ଷର ଗ୍ରାଜୁଏସନ୍ ଶେଷ କରିବା ପରେ ଦୁଇ ବର୍ଷିଆ ବିଏଡ୍ ପାଠ୍ୟକ୍ରମରେ ପାଠ ପଢ଼ୁଥିଲେ। ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ୱାରା ସେମାନେ ୪ ବର୍ଷରେ ଡିଗ୍ରୀ ପୂରଣ କରି ଶିକ୍ଷକ…
