Author: TRUPTIMAYEE SAHOO

Odisha : ଖର୍ଚ୍ଚ ହେବ ୧୨୬୪ କୋଟି ଟଙ୍କା ରାଜ୍ୟରେ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ମହାନଦୀ, ବୈତରଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଉପରେ ୪ଟି ପ୍ରମୁଖ ପୋଲ ନିର୍ମାଣ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଏହି ନିର୍ମାଣ ପାଇଁ ମୋଟ ୧୨୬୪ କୋଟି ଟଙ୍କା ଖର୍ଚ୍ଚ ହେବ। ଓଡ଼ିଶାର ୪ଟି ପ୍ରମୁଖ ସେତୁର ଅବସ୍ଥିତି ମିଳିଥିବା ସୂଚନା ଅନୁଯାୟୀ, ୪ଟି ବୃହତ୍ ସେତୁ ପ୍ରକଳ୍ପ ନିର୍ମାଣ ପାଇଁ ଅନୁମୋଦନ ମିଳିଛି। ଭଦ୍ରକ-ଚାନ୍ଦବାଲି ରାସ୍ତାର ଚାନ୍ଦବାଲି ନିକଟ ବୈତରଣୀ ନଦୀ ଉପରେ ୩୧୯ କୋଟି ଟଙ୍କା ବ୍ୟୟ ଅଟକଳରେ ଦ୍ୱିତୀୟ ସେତୁ, କଟକ-ଚାନ୍ଦବାଲି ରାସ୍ତାର ଭାରିଗଡ଼ାଠାରେ ଖରସ୍ରୋତା ନଦୀ ଉପରେ ୨୮୪ କୋଟି ଟଙ୍କା ବ୍ୟୟ ଅଟକଳରେ ଦ୍ୱିତୀୟ ସେତୁ, କଟକ-ଚାନ୍ଦବାଲି ରାସ୍ତାର ପାତ୍ରପୁରଠାରେ ବ୍ରାହ୍ମଣୀ ନଦୀ ଉପରେ ୩୦୭ କୋଟି ଟଙ୍କା ବ୍ୟୟ ଅଟକଳରେ ଦ୍ୱିତୀୟ ସେତୁ ନିର୍ମାଣ କରାଯିବ। ୩୫୪ କୋଟି ଟଙ୍କା ବ୍ୟୟ…

Read More