Author: TRUPTIMAYEE SAHOO

Nagpur violence: ଦୁଇ ସମ୍ପ୍ରଦାୟ ମୁହାଁମୁହିଁ ହେବାରୁ ଅନେକ ଗାଡ଼ି ଜାଳିବା ସହ ଭଙ୍ଗାରୁଜା କରାଯାଇଛି । ବଡ଼ ସମାଗମ ଉପରେ କଟକଣା ଲଗାଇଛି ପ୍ରଶାସନ । କିପରି ମିଛ ଗୁଜବ ଭୟଙ୍କର ରୂପ ନେଇପାରେ ତାହା ନାଗପୁର ହିଂସାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି। ନାଗପୁରରେ ଔରଙ୍ଗଜେବଙ୍କ ସମାଧି ଉଚ୍ଛେଦ ଦାବିରେ ଦକ୍ଷିଣପନ୍ଥୀ ସଙ୍ଗଠନଗୁଡ଼ିକ ଦ୍ୱାରା ବିକ୍ଷୋଭ ସମୟରେ ଧାର୍ମିକ ବିଷୟବସ୍ତୁ ଜାଳିବାର ଗୁଜବ ହିଂସା ସୃଷ୍ଟି କରିଥିବା ଜଣାପଡିଛି। ନାଗପୁରରେ ଦୁଇ ସମ୍ପ୍ରଦାୟ ମୁହାଁମୁହିଁ ହେବାରୁ ଅନେକ ଗାଡିରେ ବ୍ୟାପକ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିବାରୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା । ଚିଟନିସ ପାର୍କ ଓ ମହଲ ଅଞ୍ଚଳର ବାସିନ୍ଦାଙ୍କ ଘର ଉପରକୁ ମଧ୍ୟ ପଥର ମାଡ଼ କରାଯାଇଥିଲା। ଏହି ହିଂସାକାଣ୍ଡରେ ପାଖାପାଖି ୩୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ପ୍ରଶାସନ…

Read More