Author: TRUPTIMAYEE SAHOO
Similipal: ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଉଦ୍ୟାନରେ ପ୍ରବଳ ବର୍ଷା ଓ ବଜ୍ରପାତକୁ ଦୃଷ୍ଟିରେ ରଖି ଦୁଇ ଦିନ ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରଖାଯାଇଛି। ପର୍ଯ୍ୟଟକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଶନିବାର ଓ ରବିବାର ଜାତୀୟ ଉଦ୍ୟାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଶିମିଳିପାଳ ଆଞ୍ଚଳିକ ମୁଖ୍ୟ ସଂରକ୍ଷକ ତଥା ଏସଟିଆରର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅଭୟାରଣ୍ୟ ବନ୍ଦ ରହିବ ବୋଲି କହିଛନ୍ତି। ପରିସ୍ଥିତିର ସମୀକ୍ଷା କରାଯିବ ଏବଂ ପାଗରେ ସୁଧାର ଆସିବା ପରେ ପର୍ଯ୍ୟଟକଙ୍କୁ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଗୋଗିନେନି ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ପୁନଃ ଖୋଲିବାର ପ୍ରକୃତ ତାରିଖ ପରେ ସୂଚିତ ଏବଂ ପ୍ରକାଶ କରାଯିବ। ଅଭୟାରଣ୍ୟ ବୁଲିବାକୁ ଯୋଜନା କରୁଥିବା ପର୍ଯ୍ୟଟକମାନେ ଯାତ୍ରା ଯୋଜନା କରିବା ପୂର୍ବରୁ କର୍ତ୍ତୃପକ୍ଷଙ୍କ ସହ ସ୍ଥିତି…
