Author: Anasuya Das

Odisha: ଫାଇନାନ୍ସିଆଲ ପାୱାର ରୁଲ୍ସ, ୧୯୭୮ରେ ହୋଇଥିବା ସଂଶୋଧନ ଅନୁଯାୟୀ ସାମଗ୍ରୀ, କନସଲଟାନ୍ସି ଓ ଆଉଟସୋର୍ସିଂ ସେବା ବାବଦରେ ଖର୍ଚ୍ଚ ପାଇଁ ୧୦୦ କୋଟି ଟଙ୍କା ଲେଖାଏଁ ମଞ୍ଜୁର କରିପାରିବେ ମୁଖ୍ୟମନ୍ତ୍ରୀ। ଅଧିକ ଦକ୍ଷତା ଓ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସଚିବ ଓ ବିଭାଗୀୟ ମୁଖ୍ୟଙ୍କ ଆର୍ଥିକ କ୍ଷମତାରେ ସଂଶୋଧନ କରିଛନ୍ତି। ଫାଇନାନ୍ସିଆଲ ପାୱାର ରୁଲ୍ସ, ୧୯୭୮ରେ ହୋଇଥିବା ସଂଶୋଧନ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସାମଗ୍ରୀ, କନସଲଟାନ୍ସି ଓ ଆଉଟସୋର୍ସିଂ ସେବା ବାବଦରେ ଖର୍ଚ୍ଚ ପାଇଁ ୧୦୦ କୋଟି ଟଙ୍କା ଲେଖାଏଁ ମଞ୍ଜୁର କରିପାରିବେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍ ରେ ୧୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ। ପ୍ରଶାସନିକ ବିଭାଗର ଜଣେ ମନ୍ତ୍ରୀ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ଉପରେ ଅନୁମୋଦନ ଓ ବ୍ୟୟ ମଞ୍ଜୁର କରିବାର କ୍ଷମତା ଏବଂ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ପରାମର୍ଶ ଓ…

Read More