Author: Anasuya Das

Forest Fire: ୨ ହଜାର ହେକ୍ଟର ଜମି ପ୍ରଭାବିତ, ସବୁ ସର୍କଲରେ ଅଗ୍ନିକାଣ୍ଡ ପଏଣ୍ଟ ଚିହ୍ନଟ ହୋଇଛି। ଓଡ଼ିଶାର ଅଧାରୁ ଅଧିକ ଜଙ୍ଗଲକୁ ନିଆଁ ବ୍ୟାପିସାରିଲାଣି। କେଉଁଠି ୭ ଦିନ ହେଲା ଜଳୁଛି ତ ଆଉ କେଉଁଠି ୨୪ ଘଣ୍ଟା ଭିତରେ ନିଆଁ ଲାଗିଛି। ଯେଉଁଥିରେ ଏକର ଏକର ସବୁଜିମା ସାଙ୍ଗକୁ ବହୁ ଔଷଧୀୟ ବୃକ୍ଷ ମଧ୍ୟ ଜଳିପୋଡ଼ି ପାଉଁଶ ହେଉଛି। ଜଙ୍ଗଲ ନିଆଁରେ ଏ ପର୍ଯ୍ୟନ୍ତ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇ ନ ଥିବା ବନ ବିଭାଗ କହୁଥିଲେ ମଧ୍ୟ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ବଢ଼ୁଥିବାରୁ ନିୟନ୍ତ୍ରଣ କରା ନ ଗଲେ ଭବିଷ୍ୟତରେ ଅଧିକରୁ ଅଧିକ ଜଙ୍ଗଲ ପ୍ରଭାବିତ ହେବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଶାର ୨୫୭ଟି ସ୍ଥାନରେ ଜଙ୍ଗଲ ଜଳୁଛି। କୋରାପୁଟ ସର୍କଲରେ ସର୍ବାଧିକ ନିଆଁ ଲାଗିବା ସହ ଅଧିକ ଅଞ୍ଚଳ…

Read More