Author: Anasuya Das

Cyber Fraud: ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୨୪ରେ ମୋଟ ୪୩,୭୪୦ ଟି ଆର୍ଥିକ ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୨୩ରେ ଏହା ୧୮,୦୮୧ ଟି ମାମଲା ସାମ୍ନାକୁ ଆସିଛି । ୨୦୨୩ ତୁଳନାରେ ୨୦୨୪ରେ ମିଳିଥିବା ଆର୍ଥିକ ଠକେଇ ଅଭିଯୋଗ ସଂଖ୍ୟା ୧୪୨ ପ୍ରତିଶତ ବୃଦ୍ଧି ପାଇଛି। ପରିସଂଖ୍ୟାନ ଦର୍ଶାଉଛି ଯେ ୨୦୨୪ରେ ଏହି ଠକେଇର ଆର୍ଥିକ ମୂଲ୍ୟ ୪୧୫.୯୦ କୋଟି ଟଙ୍କାରୁ ଅଧିକ ଥିଲା, ଯାହା କି ୨୦୨୩ରେ ରେକର୍ଡ କରାଯାଇଥିବା ୭୯.୬୬ କୋଟି ଟଙ୍କା ତୁଳନାରେ ୪୦୦ ପ୍ରତିଶତ ରୁ ଅଧିକ। ହେଲ୍ପ ଲାଇନ ନମ୍ବର ୧୯୩୦ ସମେତ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ (ଏନସିଆରପି)ରେ ଆସିଥିବା ୪୧୫ କୋଟି ଟଙ୍କାର ଠକେଇ ଅଭିଯୋଗ ମଧ୍ୟରୁ ପୁଲିସ ୩୯.୪୨…

Read More