Author: TRUPTIMAYEE SAHOO

ଭାରତର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଯାହା ସମଗ୍ର ଦେଶର ନ୍ୟାୟ ଓ ସମ୍ବିଧାନ ସଂରକ୍ଷକ ଭାବେ ପରିଚିତ, ସାମ୍ପ୍ରତିକ ସମୟରେ ଏକ ଅବିଶ୍ୱସନୀୟ ଘଟଣାର କେନ୍ଦ୍ରବିନ୍ଦୁ ହୋଇଛି । ୨୦୨୫ ଅକ୍ଟୋବର ୬ ତାରିଖରେ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ବି. ଆର୍. ଗାଭାଇଙ୍କ ବେଞ୍ଚ ସମ୍ମୁଖରେ ଜଣେ ୭୧ ବର୍ଷୀୟ ଓକିଲ ରାକେଶ କିଶୋର ଜୋତା ଫୋପାଡ଼ିବାକୁ ଚେଷ୍ଟା କରିଥିଲେ। ପ୍ରଧାନବିଚାରପତିଙ୍କର ହିନ୍ଦୁ ଧର୍ମ ପ୍ରତି ଉପହାସ ମୁଳକ ଟିପ୍ପଣୀର ବିରୋଧ କରି ସେ ଏଭଳି କରିଥିଲେ ବୋଲି ଓକିଲ ଜଣକ କହିଛନ୍ତି । ଆଉ ଏହା ମଧ୍ୟ କହିଛନ୍ତି ଯେ,ସେ ନିଜ କାର୍ଯ୍ୟ ପାଇଁ ଅନୁତପ୍ତ ନୁହନ୍ତି କି ଅନୁଶୋଚନା କରନ୍ତି ନାହିଁ । ଏପରିକି ସେ ଏଥିପାଇଁ ଜେଲ ଯିବାକୁ ମଧ୍ୟ ପ୍ରସ୍ତୁତ ବୋଲି କହିଛନ୍ତି । ଅବଶ୍ୟ ପ୍ରଧାନ ବିଚାରପତି ଓକିଲ ଜଣଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଦେଶରେ ଓକିଲଙ୍କ…

Read More