Author: Anasuya Das

Ramakanta Ratha: ଖାରବେଳନଗର ବାସଭବନରେ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ପୁରୀରେ ଶେଷକୃତ୍ୟ ବିଶିଷ୍ଟ କବି, ଅବସରପ୍ରାପ୍ତ ପ୍ରଶାସକ ରମାକାନ୍ତ ରଥ ଆଉ ଇହଜଗତରେ ନାହାନ୍ତି। ଏହି ମହାନ ସାହିତ୍ୟ ସ୍ରଷ୍ଟାଙ୍କର ୯୧ ବର୍ଷ ବୟସରେ ରବିବାର ସକାଳେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡ଼ିଶା ସମେତ ସମଗ୍ର ଦେଶର ସାରସ୍ୱତ ଜଗତରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ରଥଙ୍କ ପରଲୋକ ଖବର ପାଇ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ରାଜନେତା, ପ୍ରଶାସକ, ସାହିତ୍ୟିକ  ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି। ରାଜନୀତି ଓ ସାରସ୍ୱତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଆଜି ତାଙ୍କ ଖାରବେଳନଗରସ୍ଥିତ ବାସଭବନରେ ପହଞ୍ଚି ‌ଶେଷ ଦର୍ଶନ କରିଥିଲେ। ଗତ ପାଞ୍ଚମାସ ହେଲା ସ୍ୱର୍ଗତ ରଥଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ରହିଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇଥିଲେ। ଶରୀର ଅସୁସ୍ଥ ହେଉଥିବାରୁ ତାଙ୍କୁ ବାରମ୍ବାର ମେଡିକାଲରେ ଭର୍ତ୍ତି କରାଯାଉଥିଲା। ରବିବାର…

Read More