Author: Anasuya Das

Investment: ୧୯ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ, ୧୭,୨୮୬ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ର ସଫଳତା ପରେ ୧୩୫ତମ ରାଜ୍ୟସ୍ତରୀୟ ସିଙ୍ଗଲ  ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକରେ ୬,୧୧୭ କୋଟି ଟଙ୍କାର ଉଲ୍ଲେଖନୀୟ ପୁଞ୍ଜିନିବେଶ ହୋଇଥିବା ଜଣାଯାଇଛି। ଯାହା ଏକ ପ୍ରମୁଖ ପୁଞ୍ଜିନିବେଶ ସ୍ଥଳ ଭାବେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୧୯ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ ମିଳିଛି ଯାହା, ରାଜ୍ୟର ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବା ସହ  ୧୭,୨୮୬ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।           ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ  ପୁଞ୍ଜିନିବେଶ ଦିଗରେ ଏକ ଅଗ୍ରଣୀ କେନ୍ଦ୍ର ଭାବେ ଉଭା ହୋଇଛି, ଯେଉଁଥିରେ ଶିଳ୍ପ ପ୍ରକଳ୍ପ ଅନୁମୋଦନକୁ ତ୍ୱରାନ୍ୱିତ କରାଯିବା ଏବଂ ବ୍ୟବସାୟ ଅନୁକୂଳ…

Read More