Author: TRUPTIMAYEE SAHOO

୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ଭାରତୀୟ ରାଜନୀତିର କାଳଖଣ୍ଡ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିଛି । ଆଞ୍ଚଳିକ ଓ ଜାତୀୟ ଦଳମାନଙ୍କ ଶକ୍ତି ବିନ୍ୟାସ, ନିର୍ବାଚନୀ ରଣନୀତି, ଭୋଟର ପସନ୍ଦ ଓ ଦଳୀୟ ପରିସ୍ଥିତି- ସବୁକିଛିରେ ନୂଆ ଅଧ୍ୟାୟ ଲେଖାଯାଇଛି । ଗୋଟିଏ ପଟରେ ବିଜେପି ସଙ୍ଗଠନାତ୍ମକ ଭାବେ ଦେଶର ବିଶାଳ ଅଞ୍ଚଳରେ ଆଧିପତ୍ୟ ବଢ଼ାଇଛି, ଅନ୍ୟପଟେ କଂଗ୍ରେସ ସହ ଅନେକ ଆଞ୍ଚଳିକ ଦଳ ପୂର୍ବ ପତିଆରା ରକ୍ଷା କରିବାରେ ଚାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି । ଏହି ଦଶକରେ ଭାରତୀୟ ରାଜନୀତି ଯାହା ଦେଖିଛି, ତାହାକୁ କେବଳ “ବିରୋଧୀ ଦଳମାନଙ୍କ ଦୁର୍ବଳତା” କିମ୍ବା “ବିଜେପିର ସଶକ୍ତକରଣ” ଭାବେ ଦେଖା ଯାଉଛି । ଏହା ଅସଲରେ ଏକ ବଡ଼ ପରିବର୍ତ୍ତନ- ଭାରତର ନିର୍ବାଚନୀ ମନୋବୃତ୍ତି, ଭୋଟରର ଆକାଂକ୍ଷା, ଦଳୀୟ ବ୍ୟବସ୍ଥା, ଏବଂ ନେତୃତ୍ୱ ପ୍ରତି ଭରସାର ଗଠନ ଓ ପୁନର୍ଗଠନ । କଂଗ୍ରେସର ଅବନତି ଓ ନେତୃତ୍ୱ ଚାଲେଞ୍ଜ୍…

Read More