Author: Anasuya Das

Challenger Trophy: ଟିମ୍ ସିର ନେତୃତ୍ୱ ନେବେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଜେମିମା ରୋଡ୍ରିଗ୍ସ ବରିଷ୍ଠ ମହିଳା ଚ୍ୟାଲେଞ୍ଜର ଟ୍ରଫି ଖେଳିବା ପାଇଁ ସର୍ବଭାରତୀୟ ମହିଳା ଚୟନ କମିଟି ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ମନୋନୀତ କରିଛି। ମାର୍ଚ୍ଚ ୨୫ରୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଡେରାଡୁନରେ ହେବାକୁ ଥିବା ଏହି ବହୁଦିନିଆ ବିସିସିଆଇ ଟୁର୍ଣ୍ଣାମେଣ୍ଟ ପାଇଁ ଓଡ଼ିଶା ସିନିୟର ମହିଳା ଦଳର ନିୟମିତ ସଦସ୍ୟ ସୁଶ୍ରୀଙ୍କୁ ଟିମ୍ ସିରେ ସ୍ଥାନ ମିଳିଛି। ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ ଓ ଅଭିମନ୍ୟୁ କ୍ରିକେଟ ଏକାଡେମୀ ରେ ଏହି ମ୍ୟାଚ୍ ଖେଳାଯିବ। ଟିମ୍ ସିର ନେତୃତ୍ୱ ନେବେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଜେମିମା ରୋଡ୍ରିଗ୍ସ। ଅନ୍ୟ ଦଳଗୁଡ଼ିକର ନେତୃତ୍ୱ ନେବେ ମିନ୍ନୁ ମଣି (ଟିମ୍ ଏ), ହର୍ଲିନ୍ ଦେଓଲ (ଟିମ୍ ବି) ଏବଂ ସ୍ନେହ ରାଣା (ଟିମ୍ ଡି)। ୨୭ ବର୍ଷୀୟ ସୁଶ୍ରୀ ଜଣେ ଅଫ୍ ସ୍ପିନର ଏବଂ ନିମ୍ନକ୍ରମ ବ୍ୟାଟ୍ସମ୍ୟାନ୍। କାର୍ଯ୍ୟସୂଚୀ: ମାର୍ଚ୍ଚ ୨୫-୨୭ -…

Read More