Author: TRUPTIMAYEE SAHOO

ଭାରତର ନିର୍ବାଚନ ପ୍ରଣାଳୀକୁ ନେଇ ଚାଲୁଥିବା ତୀବ୍ର ରାଜନୈତିକ ତର୍କବିତର୍କ ମଧ୍ୟରେ ଏକ ନୂଆ ମୋଡ଼ ଦେଖାଦେଇଛି। ‘ଭୋଟ୍ ଚୋରି’ ଅଭିଯାନ ଅଧୀନରେ ନିର୍ବାଚନ କମିଶନ (ଇସିଆଇ) ଉପରେ ଲାଗୁଥିବା ଅଭିଯୋଗ ପ୍ରସଙ୍ଗରେ ଦେଶର ଅବସରପ୍ରାପ୍ତ ବିଚାରପତି, ପୂର୍ବତନ ବ୍ୟୁରୋକ୍ରାଟ୍ ଓ ସଶସ୍ତ୍ର ବାହିନୀର ପୂର୍ବତନ ଅଧିକାରୀ ସହିତ ମୋଟ ୨୭୨ ଜଣ ପ୍ରବୀଣ ନାଗରିକ ଏକାଠି ହୋଇ ଏକ କଠୋର ଖୋଲା ଚିଠି ଜାରି କରିଛନ୍ତି। ଏହି ଚିଠିରେ ସେମାନେ କଂଗ୍ରେସ ଦଳ ଏବଂ ବିଶେଷତଃ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନିନ୍ଦା କରି ଏହି ଅଭିଯୋଗଗୁଡ଼ିକୁ “ସାଂସ୍ଥାଗତ ସଙ୍କଟର ଆବରଣରେ ରାଜନୈତିକ ହତାଶା” ବୋଲି ବର୍ଣ୍ଣନା କରିଛନ୍ତି। ଏହି ଚିଠି ଦୁଇଟି ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ପୁଣି ସାମ୍ନାକୁ ଆଣିଛି- ରାଜନୈତିକ ଦଳମାନେ କିପରି ସାଂସ୍ଥାଗତ ନିରପେକ୍ଷତାକୁ ଦେଖୁଛନ୍ତି ଏବଂ ବିରୋଧୀ ରାଜନୀତିରେ ହତାଶା କେତେ ଗଭୀର। ଖୋଲା ଚିଠି: କିଏ କହିଲେ କଣ? “ଜାତୀୟ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ…

Read More