Author: TRUPTIMAYEE SAHOO

ବିହାରରେ ଏନଡିଏର ଭାରୀ ବିଜୟ ଏବଂ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡିର ଐତିହାସିକ ପତନ, କେବଳ ବିହାର ରାଜନୀତିକୁ ନୁହେଁ—ଭାରତୀୟ ଗଣତନ୍ତ୍ରର ଗତ ଦଶବର୍ଷ ଧରି ଚାଲିଥିବା ଗଭୀର ପ୍ରବଣତାକୁ ଆଉଥରେ ପ୍ରମାଣ କଲା। ସେହି ପ୍ରବଣତା ହେଉଛି ବଂଶବାଦୀ ରାଜନୀତିର କ୍ଷୟ ଏବଂ ଭୋଟରମାନଙ୍କ ଦ୍ୱାରା ତାହାର ସ୍ପଷ୍ଟ ପ୍ରତ୍ୟାଖ୍ୟାନ। ଉତ୍ତର ପ୍ରଦେଶର ଯାଦବ ପରିବାରଠାରୁ ଆରମ୍ଭ କରି, କାଶ୍ମୀରର ଅବଦୁଲ୍ଲା–ମୁଫତି ପରିବାର, ମହାରାଷ୍ଟ୍ରର ଠାକରେ ପରିବାର, କଂଗ୍ରେସର ଗାନ୍ଧୀ ପରିବାର, ଓଡ଼ିଶାର ପଟ୍ଟନାୟକ ପରିବାର—ସବୁଠାରେ ଭୋଟରମାନଙ୍କ ପରିବାର ରାଜନୀତି ପ୍ରତି ଅସହିଷ୍ଣୁତା ଏବଂ ବୃହତ୍ ରାଜନୈତିକ ପରିବର୍ତ୍ତନ ଚିତ୍ର ସ୍ପଷ୍ଟ ହେଉଛି। ବିହାର ନିର୍ବାଚନ ଫଳ ଯେଉଁଠାରେ ଆରଜେଡି ୨୦୨୦ର ୭୫ ଆସନରୁ ତଳକୁ ଖସି କେବଳ ୨୫ ଆସନରେ ସୀମିତ ହେଲା—ସେଠାରୁ ସର୍ବବୃହତ୍ ଉଦାହରଣ ମିଳେ। ଲାଲୁ ପ୍ରସାଦଙ୍କ ତିନି ଝିଅ ରାଜନୀତି ଛାଡ଼ିବା ଘୋଷଣା ତଥା ପରିବାର ସଦସ୍ୟଙ୍କ ପାଟନା ଛାଡ଼ି ଯିବା—ଏହା ରାଜବଂଶୀ ରାଜନୀତିର…

Read More