Author: TRUPTIMAYEE SAHOO

ଭାରତର ମୁଖ୍ୟ ବିଚାରପତି (CJI) ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ତଲାକ-ଏ-ହାସନର ଇସଲାମିକ ପ୍ରଥାର ଯାଞ୍ଚ କରୁଛନ୍ତି, ଯେଉଁଥିରେ ଜଣେ ମୁସଲିମ ସ୍ୱାମୀ ତିନି ମାସରେ ତିନିଥର ତଲାକ ଉଚ୍ଚାରଣ କରି ତାଙ୍କ ପତ୍ନୀଙ୍କୁ ଛାଡ଼ିପତ୍ର ଦିଅନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ କିଛି ପ୍ରଶ୍ନ ଉଠାଇ କହିଛନ୍ତି ଯେ ସୁପ୍ରିମକୋର୍ଟ ଏହି ମାମଲାକୁ ଏକ ସମ୍ବିଧାନ ଖଣ୍ଡପୀଠକୁ ପଠାଇବା ବିଷୟରେ ବିଚାର କରିବେ। ନଭେମ୍ବର ୨୪ ତାରିଖ ସୋମବାର ଦିନ ଦେଶର ନୂତନ CJI ଭାବରେ ଶପଥ ଗ୍ରହଣ କରିଥିବା ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସମ୍ମୁଖରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆସନ୍ତୁ ଜାଣିବା ମୁସଲିମ ସମାଜରେ ଅନ୍ୟ କେଉଁ ତଲାକ ପ୍ରଥା ଅଛି ଯାହା ମୁସଲିମ ମହିଳାଙ୍କ ମର୍ଯ୍ୟାଦାକୁ ଉଲ୍ଲଂଘନ କରେ ? ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ କ’ଣ କହିଥିଲେ: ନଭେମ୍ବର ୧୯ ତାରିଖରେ ଶୁଣାଣି ସମୟରେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ ମହିଳାଙ୍କ ମର୍ଯ୍ୟାଦାକୁ…

Read More