Author: TRUPTIMAYEE SAHOO

୨୦୨୪ରେ ଓଡ଼ିଶାର ରାଜନୀତି ଯେପରି ଅପ୍ରତ୍ୟାଶିତ ଭାବରେ ପଲଟିଗଲା ତାହା ଦେଶର ରାଜନୀତିକ ଦର୍ପଣରେ ଏକ ଅବିସ୍ମରଣୀୟ ଘଟଣା। ୨୫ ବର୍ଷ କ୍ଷମତା ବାହାରେ ରହିଥିବା ଏକ ଦଳ, ହଠାତ୍ କରି ଶାସନ ଗାଦିର ମାଲିକାନା ହାସଲ କଲା କିନ୍ତୁ ମାତ୍ର ୧୮ ମାସରେ ସେହି ଶାସନକୁ ନେଇ ଜନମତ ବଦଳିବା ଆରମ୍ଭ କରିଛି। ଏହି ୧୮ ମାସ ମଧ୍ୟରେ ରାଜ୍ୟରେ ଘଟିଥିବା ଘଟଣାକୁ ବିଶ୍ଳେଷଣ କରିବା ପରେ ରାଜନୀତିକ ପର୍ବେକ୍ଷକମାନେ ଅଟଳ ସ୍ୱରରେ କହୁଛନ୍ତି- ବିଜେପି ସରକାର ଏକ କଦଳୀ ଗଛରେ ପରିଣତ ହୋଇଯାଇଛି। କଦଳୀ ଗଛ ଫଳ ଦିଏ ଥରେ। ତା’ପରେ ତାକୁ କଟାଯାଏ ଏବଂ ନୂଆ ଗଛ ଲଗାଇବାକୁ ପଡ଼େ। କର୍ମୀମାନଙ୍କ ଭାଷାରେ ଏହି ଉପମା ସାଧାରଣ ରୋଷର ପ୍ରତୀକ ନୁହେଁ ବରଂ ଏକ ଭୟଙ୍କର ସତର୍କ ସଙ୍କେତ। ବିଜେପିରେ ମହାସଂଗ୍ରାମ: ଦଳକୁ ବୁଡ଼ାଉଥିବା ନେତା ଓଡ଼ିଶାର ବିଜେପିର ସବୁଠୁ ବଡ଼ ସମସ୍ୟା ଏବେ ବାହାର ଶତ୍ରୁ…

Read More