Author: TRUPTIMAYEE SAHOO

ବିଜେଡି ଭିତରେ ଉଠୁଥିବା ଝଡ଼ର ପ୍ରଥମ ବିଜୁଳି ସାଜିଛନ୍ତି ରାଜ୍ୟସଭା ସାଂସଦ ଦେବାଶୀଷ ସାମନ୍ତରାୟ। ଓଡ଼ିଶାରେ ୨୪ ବର୍ଷ ଧରି ସ୍ଥିର ଶକ୍ତିରେ ପରିଣତ ହୋଇଥିବା ବିଜୁ ଜନତା ଦଳରେ, ଏବେ ଯାହା ଘଟୁଛି, ତାହା କେବଳ ଦଳୀୟ ଅସନ୍ତୋଷ ନୁହେଁ- ଏହା ଗୋଟିଏ ପରିବର୍ତ୍ତନ-ଯୁଗର ପ୍ରାରମ୍ଭ, ଯେଉଁଠି ନୂଆ ଶକ୍ତିକେନ୍ଦ୍ର ଉତ୍ଥାନ କରୁଛି ଏବଂ ପୁରୁଣା ନେତାମାନେ ପଛକୁ ଠେଲି ହୋଇଯାଉଛନ୍ତି। ସୁଜାତା ରାଉତଙ୍କୁ ଦଳରେ ଆଣିବା ନେଇ ଘଟୁଥିବା ନାଟକର ମଞ୍ଚ ପ୍ରସ୍ତୁତି, ତା’ପରେ ବରିଷ୍ଠ ନେତାଙ୍କୁ ପଦବୀ ବ୍ୟବସ୍ଥାରେ ‘ଡାଉନଗ୍ରେଡ୍’ ଏବଂ ବିସ୍ଫୋରଣର ପ୍ରଥମ ସ୍ୱର—ଦେବାଶୀଷ ସାମନ୍ତରାୟଙ୍କ ରାଜ୍ୟସଭା ସାଂସଦ ହୋଇ “ବରିଷ୍ଠ ନାଗରିକ ସେଲର ଉପସଭାପତି” ପଦକୁ ନାଁ କହିବା- ଦଳର ପାଣ୍ଡିଆନପନ୍ଥୀ ନେତାମାନଙ୍କ ପାଇଁ ଏହା ଏକ ବଡ଼ ଜ୍ୱାଳାର ଆରମ୍ଭ। ବିଜେଡିର ଭିତରେ ଏପରି ଘଟଣା ଦୁର୍ଲଭ। କିନ୍ତୁ ଏବେ ଯାହା ହେଉଛି, ତାହାର ସୂଚନା ସ୍ପଷ୍ଟ; “ପ୍ରତିବାଦ ଆରମ୍ଭ ହୋଇଛି, ଏବେ…

Read More