Author: TRUPTIMAYEE SAHOO

ଓଡ଼ିଶାର ରାଜନୀତି ପୂର୍ବରୁ ଅନେକ ତୁମ୍ଭିତୋଫାନ ଦେଖିଛି- କିନ୍ତୁ ବର୍ତ୍ତମାନ ବିଜେଡି ଭିତରେ ଯାହା ଚାଲୁଛି, ସେ ଏକ ନୂଆ ପରିବର୍ତ୍ତନର ଭୂମିକା , ଏକ ନିରବ ଜ୍ୱାଳା ଏବଂ ଦଳର ପରିଚୟକୁ ନେଇ ତୀକ୍ଷ୍ଣ ସଂକଟର ପରିଚୟ। ନିଲମ୍ବିତ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ପୁଣିଥରେ ବିଜେଡି ଉପରେ ସୋସିଆଲ ମିଡିଆ ମାଧ୍ୟମରେ ପରୋକ୍ଷ କିନ୍ତୁ ତୀବ୍ର ପ୍ରହାର କରିଛନ୍ତି। କେବଳ ସମାଲୋଚନା ନୁହେଁ- ସେ ଦଳର ଆତ୍ମାକୁ, ତାର ଇତିହାସକୁ, ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଏବଂ ବର୍ତ୍ତମାନର ନେତୃତ୍ୱ ପଦ୍ଧତିକୁ ସଂକେତମୟ କବିତାରେ ଗୋଟିଏ ଗଭୀର ଅଭିଯୋଗ–ଚିତ୍ର ଭାବେ ପ୍ରକାଶ କରିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ତାହା ମାତ୍ର ଜଣେ ନେତାଙ୍କ ଅସନ୍ତୋଷ ନୁହେଁ—ଏହା ବିଜେଡିର ଭିତରେ ଅବସ୍ଥାପିତ ସ୍ୱଚ୍ଛତା, ନେତୃତ୍ୱ ଉତ୍ତରାଧିକାର ନିଷ୍ଠା ଓ ଅନୁଗତତାର ଜଟିଳ ସଂକଟ ଉପରେ ଏକ ସଡ଼କ ଆଇନା ରଖିଦେଇଛି। ‘ତାମିଲ-ଶୈଳୀ’ ଖେଳ: ବିଜେଡିରେ କିଏ ଖେଳୁଛି, କିଏ ଖେଳାଉଛି? ତାଙ୍କ…

Read More