Author: TRUPTIMAYEE SAHOO

ଦିଲ୍ଲୀ କାର୍ ବୋମା ବିସ୍ଫୋରଣ ମାମଲାରେ ଖୁଲାସା ନିରନ୍ତର ଜାରି ରହିଛି। ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ପଚରାଉଚରା ସମୟରେ ଡକ୍ଟର ମୁଜାମ୍ମିଲ୍ ଅହମ୍ମଦ  ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ ଜୈସ୍-ଏ-ମହମ୍ମଦର ମହିଳା କମାଣ୍ଡର ଶାହିଦ୍ ତାଙ୍କ ପ୍ରେମିକା ନୁହଁନ୍ତି ବରଂ ତାଙ୍କ ପତ୍ନୀ। ଏପର୍ଯ୍ୟନ୍ତ ବିଶ୍ୱାସ କରାଯାଉଥିଲା ଯେ ଡକ୍ଟର ମୁଜାମ୍ମିଲ୍ ଏବଂ ଡକ୍ଟର ଶାହିନ୍ ପ୍ରେମରେ ଥିଲେ କିନ୍ତୁ ମୁଜାମ୍ମିଲ୍ ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୁଜାମ୍ମିଲ୍ ଦାବି କରିଛନ୍ତି ଯେ ଦୁହେଁ ଏକ ଦମ୍ପତି ଥିଲେ ଏବଂ ସେପ୍ଟେମ୍ବର ୨୦୨୩ରେ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ନିକଟସ୍ଥ ଏକ ମସଜିଦରେ “ନିକାହ” (ବିବାହ) କରିଥିଲେ। ଶରିଆ ଆଇନ ଅନୁଯାୟୀ ବିବାହ ପାଇଁ ୫୦୦୦-୬୦୦୦ଟଙ୍କାର “ମେହର” (ଯୌତୁକ) ସ୍ଥିର ହୋଇଥିଲା। ଜୈଶ୍‌ର ମହିଳା କମାଣ୍ଡର ଡକ୍ଟର ଶାହିନ୍ ସହିତ ମୁଜାମ୍ମିଲ୍‌ଙ୍କ ସମ୍ପର୍କର ଆଇନଗତ ସ୍ଥିତି ବ୍ୟାଖ୍ୟା କରେ ଯେ ସେ ତାଙ୍କର ଆତଙ୍କବାଦୀ ସଂଗ୍ରହ ଏବଂ…

Read More