Author: TRUPTIMAYEE SAHOO

ଗୁଜରାଟରେ ୨୩ ବର୍ଷର ବୈବାହିକ ଜୀବନ ରୋଷେଇ ଘରେ ଥିବା ଏକ ଦୀର୍ଘ ବିବାଦ ବିଶେଷକରି ପତ୍ନୀଙ୍କ ଧାର୍ମିକ ବିଶ୍ୱାସ ଯୋଗୁଁ ପିଆଜ ଏବଂ ରସୁଣ ଖାଇବାକୁ ମନା କରିବା ପରେ ଶେଷ ହୋଇଛି । ଗୁଜୁରାଟ ହାଇକୋର୍ଟ ଅହମ୍ମଦାବାଦର ଏକ ପରିବାର କୋର୍ଟ ଦ୍ୱାରା ଦିଆଯାଇଥିବା ଛାଡପତ୍ରକୁ ସମର୍ଥନ କରିଛନ୍ତି । ଯାହା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ବିବାଦର ସମାପ୍ତି ଆଣିଛି। ପିଟିଆଇର ଏକ ରିପୋର୍ଟ ଅନୁଯାୟୀ ବିଚାରପତି ସଙ୍ଗୀତା ବିଶେନ ଏବଂ ନିଶା ଠାକୋରଙ୍କ ଏକ ଡିଭିଜନ ବେଞ୍ଚ ନଭେମ୍ବର ୨୭ ତାରିଖରେ ଛାଡପତ୍ର ବିରୋଧରେ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି, ଯେତେବେଳେ ସେ ଆଉ ବିବାହ ବିଚ୍ଛେଦକୁ ବିରୋଧ କରିବାକୁ ଚାହୁଁ ନାହାଁନ୍ତି ବୋଲି ଦର୍ଶାଇଥିଲେ। ତାଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ସେ ସ୍ୱାମୀନାରାୟଣ ସଂପ୍ରଦାୟକୁ ଅନୁସରଣ କରନ୍ତି ଯାହାର ସଦସ୍ୟମାନେ ପାରମ୍ପରିକ ଭାବରେ ପିଆଜ ଏବଂ ରସୁଣକୁ ଏଡ଼ାଉଛନ୍ତି। କୋର୍ଟର…

Read More