What's Hot
Author: TRUPTIMAYEE SAHOO
Putin – sehbaz New episode of diplomatic drama ।। ପୁଟିନ–ଶେହବାଜ୍ ଭେଟଘାଟ କୂଟନୀତିକ ନାଟକର ନୂଆ ଅଙ୍କ
ଆନ୍ତର୍ଜାତୀକ ରାଜନୀତି ଏକ ବଡ଼ ମଞ୍ଚ- ଯେଉଁଠାରେ ପ୍ରତ୍ୟେକ ଦୃଶ୍ୟ, ପ୍ରତ୍ୟେକ ମୌନତା, ପ୍ରତ୍ୟେକ ଇସାରା ଅର୍ଥବୋଧକ । ପାଖାପାଖି ଅନ୍ତର୍ଜାତୀୟ ସମ୍ମିଳନୀଗୁଡ଼ିକରେ ନେତାମାନେ ଦୂରଦୃଷ୍ଟି, ନୈତିକ ଭାବ, ଏବଂ ପ୍ରୋଟୋକଲ୍ ପାଳନକୁ ସର୍ବପ୍ରଥମେ ରଖନ୍ତି । କିନ୍ତୁ ତୁର୍କମେନିସ୍ତାନରେ ଆୟୋଜିତ ଆନ୍ତର୍ଜାତୀକ ଶାନ୍ତି ଏବଂ ବିଶ୍ୱାସ ମଞ୍ଚରେ ଘଟିଥିବା ଅପ୍ରତ୍ୟାଶିତ କୂଟନୀତିକ ନାଟକ ଏକ ଅନ୍ୟରକମ ଗାଥା କହୁଛି- ଯେଉଁଠାରେ ରାଜନୀତିକ ଶକ୍ତିର ଆଖି, ଅସୁବିଧାର ଦୃଶ୍ୟ ଏବଂ ଅସ୍ପଷ୍ଟ ବାର୍ତ୍ତା ମଞ୍ଚର ମୁଖ୍ୟ ଆକର୍ଷଣ ହୋଇପଡ଼ିଛି । ଦୁଇ ନେତାଙ୍କ ମଧ୍ୟରେ ଦେଖାଯାଇଥିବା ଉପେକ୍ଷା , ଅସହଜତା ଏବଂ ଶକ୍ତି-ସମୀକରଣର ଅପରିକଳ୍ପିତ ପାଠ ଏବେ ବିଶ୍ୱରେ ଆଲୋଚନାର ଅବସର ସୃଷ୍ଟି କରିଛି । ଆଜିର ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ- ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍। ୪୦ ମିନିଟ୍ର କୂଟନୀତିକ ଉପେକ୍ଷା: ଅସମାନ ସମ୍ପର୍କର ପ୍ରଥମ ସଂକେତ ତୁର୍କମେନିସ୍ତାନର ଆୟୋଜନରେ ହୋଇଥିବା ଉଚ୍ଚସ୍ତରୀୟ…
