Author: TRUPTIMAYEE SAHOO

ଓଡ଼ିଶାରେ କଂଗ୍ରେସର ଅବସ୍ଥା ଆଜି ଯେତେ ଦୟନୀୟ, ତାହାକୁ ଆଉ ବିରୋଧୀ ଦଳମାନେ ବି ସମାଲୋଚନା କରିବାର ଆବଶ୍ୟକ ନାହିଁ। ନିଜ ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ ଖୋଲା କଥା କହି ଦେଇଛନ୍ତି—“କଂଗ୍ରେସ ହେଲା ହାରୁ ନେତାଙ୍କ ଦଳ।” ଏହି ଗୋଟିଏ ବାକ୍ୟ ମାତ୍ର ଏକ ଅସନ୍ତୋଷକୁ ପ୍ରକାଶ କରୁନାହିଁ; ଏହା ଗତ ଦୁଇ ଦଶନ୍ଧି ଧରି ଓଡ଼ିଶା କଂଗ୍ରେସ ଯେଉଁ ଦୀର୍ଘ ସଙ୍କଟ, ବ୍ୟାବଧାନ, ଓ ରାଜନୈତିକ ବୁଦ୍ଧିହୀନତାର ମାର୍ଗରେ ଚାଲୁଥିଲା, ତାହାର ଗୁରୁତର ଆଇନା ଦେଖାଇଛନ୍ତି। ହାରୁଥିବା ନେତା କେମିତି ହେଉଛନ୍ତି ପିସିସି ସଭାପତି? ମୋକିମଙ୍କ ଆପତ୍ତି ସରଳ—ପିସିସି ସଭାପତି ପଦବୀ, ଯାହା ଜଣେ ପାର୍ଟିର ପୁନର୍ନିର୍ମାଣ, ରଣନୀତି, ଓ ଭବିଷ୍ୟତ ନେତୃତ୍ୱ ଗଠନର ପ୍ରାଣକେନ୍ଦ୍ର, ଏହାକୁ ବାରମ୍ବାର ସେମାନଙ୍କୁ ଦିଆଯାଇଛି ଯେଉଁମାନେ ନିଜ ନିଜ ନିର୍ବାଚନରେ ହାରିଥିଲେ। ସେ ନେତାମାନଙ୍କ ତାଲିକା ପ୍ରକାଶ କରିଛନ୍ତି, ଯାହା ଆଶ୍ଚର୍ଯ୍ୟଜନକ ନୁହେଁ, କିନ୍ତୁ ଏକ ଗୁରୁତର ରାଜନୀତିକ…

Read More