Author: TRUPTIMAYEE SAHOO

ରାଜନୀତିର ଚେସବୋର୍ଡରେ କେବେ କେଉଁ ଘୋଡ଼ା ଚାଲିବ- ଏହା ଆଗୁଆ ଆକଳନ କରିବା ଅନେକଙ୍କ ପାଇଁ କଷ୍ଟକର ବ୍ୟାପାର । କିନ୍ତୁ ଯେତେବେଳେ ଖେଳାଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଅନୁମାନର ରେଖା ଆହୁରି ଅଧିକ ଧୂସର ହୋଇଯାଏ। ରାଜନୀତିକ ମଇଦାନରେ ‘ମାଷ୍ଟରଷ୍ଟ୍ରୋକ’ ଖେଳିବାରେ ମୋଦୀ ଏକ ପ୍ରମାଣିତ ଖେଳାଳି। ଯେଉଁଠି ଅନ୍ୟମାନଙ୍କର ଆକଳନ ଶେଷ ହୁଏ, ସେଠାରୁ ତାଙ୍କ ଚିନ୍ତା ଆରମ୍ଭ ହୁଏ। ବିଜେପିର ରାଷ୍ଟ୍ରୀୟ ସଭାପତି ପଦ ପାଇଁ ଯେତେବେଳେ ଜାତୀୟସ୍ତରରେ ଘମାଘୋଟ ଚର୍ଚ୍ଚା ଚାଲିଥିଲା ସମସ୍ତ ବରିଷ୍ଠ ନେତା ନୀରବରେ ଫଳାଫଳକୁ ଅପେକ୍ଷା କରିଥିଲେ। ସେମାନେ ଜାଣିଥିଲେ ଯେ ମୋଦୀ ଯେଉଁ ପଦକ୍ଷେପ ନେବେ ତାହା ସେମାନଙ୍କ ଚିନ୍ତାରୁ ବାହାରେ । ଏହା ମଧ୍ୟ ପ୍ରମାଣିତ ହୋଇଛି । ବିହାରର ଯୁବ ତଥା ଦକ୍ଷ ନେତା ସଡ଼କ ନିର୍ମାଣ ମନ୍ତ୍ରୀ ନୀତିଶ ନବୀନଙ୍କୁ ଦଳର କାର୍ଯ୍ୟକାରୀ ରାଷ୍ଟ୍ରୀୟ ସଭାପତି ଭାବରେ ଘୋଷଣା କରାଯାଇଛି। ବିଜେପିର ରାଷ୍ଟ୍ରୀୟ ସଭାପତି…

Read More