Author: TRUPTIMAYEE SAHOO

ଆଜି ହେଉଛି ଇଂରାଜୀ ନବବର୍ଷ। ଏହି ଉପଲକ୍ଷେ ଆମର ଦର୍ଶକ, ଶୁଭେଚ୍ଛୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଜି କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ଆଜି ଜଗତନର ନାଥ ଶ୍ରୀଜଗନ୍ନାଥଙ୍କ କଥା। ଶ୍ରୀଜଗନ୍ନାଥ କେବଳ ଓଡ଼ିଶାର ଆରାଧ୍ୟ ଦେବତା ନୁହନ୍ତି, ସେ ହେଉଛନ୍ତି କୋଟି କୋଟି ଓଡ଼ିଆଙ୍କ ଅସ୍ମିତା ଓ ଭାବପ୍ରବଣତାର କେନ୍ଦ୍ରବିନ୍ଦୁ। କିମ୍ବଦନ୍ତୀ କହେ, ମହାପ୍ରଭୁ ହେଉଛନ୍ତି ‘ଗର୍ବଗଞ୍ଜନ’। ତାଙ୍କ ନିକଟରେ ଯେତେବେଳେ ବି କେହି ଅହଙ୍କାର ପ୍ରଦର୍ଶନ କରିଛି, ସେ ତାର ପରିଣାମ ଭୋଗ କରିଛି। ଇତିହାସ ସାକ୍ଷୀ ଅଛି, ଶ୍ରୀଜଗନ୍ନାଥଙ୍କ ନାମରେ ରାଜନୀତି କରିବା କିମ୍ବା ତାଙ୍କ ସେବା-ପୂଜାରେ ଅବହେଳା କରିବା କୌଣସି ବି ଶାସନ କଳ ପାଇଁ ଶୁଭଙ୍କର ହୋଇନାହିଁ। ମାତ୍ର ଦୁଇବର୍ଷ ତଳର ରାଜନୈତିକ ପଟ୍ଟପରିବର୍ତ୍ତନ ଏହାର ଜ୍ୱଳନ୍ତ ଉଦାହରଣ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ବର୍ତ୍ତମାନର ବିଜେପି ସରକାର ସମୟରେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ସେହି ସମାନ ପଥରେ ଗତି କରୁଥିବା ପରି ମନେହେଉଛି। ପ୍ରଶାସନିକ…

Read More