Author: TRUPTIMAYEE SAHOO

ଆଗାମୀ ଏପ୍ରିଲରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ଓଡ଼ିଶା ରାଜନୀତିକୁ ପୁଣିଥରେ ଏକ ଅସ୍ଥିର, ସନ୍ଦେହଜନକ ଓ କୌତୁହଳପୂର୍ଣ୍ଣ ପରିବେଶ ମଧ୍ୟକୁ ଟାଣି ଆଣିଛି । ବିଷୟଟି କେବଳ ଚାରିଟି ଆସନର ନୁହେଁ ; ଏହା ଦଳୀୟ ଶିଷ୍ଟାଚାର, ଆନ୍ତରିକ ଏକତା ଏବଂ ଓଡ଼ିଶାର ବିରୋଧୀ ରାଜନୀତିର ଭବିଷ୍ୟତ ଦିଗକୁ ନେଇ ଗଭୀର ପ୍ରଶ୍ନ ଉଠାଇ ଦେଇଛି । ‘କ୍ରସ ଭୋଟିଂ’- ଏହି ଦୁଇଟି ଶବ୍ଦ ଏବେ ରାଜ୍ୟର ରାଜନୀତିକ ଶବ୍ଦକୋଷରେ ସବୁଠାରୁ ଭୟଙ୍କର ଓ ସବୁଠାରୁ ଆଲୋଚିତ ଶବ୍ଦ ହୋଇ ଉଠିଛି । ଏହି ଭୟ କେବଳ ଶାସକ ଶିବିର ପାଇଁ ନୁହେଁ । ରାଜ୍ୟର ବିରୋଧୀ ଶିବିର ବିଜେଡି ଓ କଂଗ୍ରେସରେ ଏହାର ଛାୟା ସ୍ପଷ୍ଟ । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଓ ରାଜ୍ୟ କଂଗ୍ରେସର ସଭାପତି ଭକ୍ତ ଦାସ- ଦୁଇଜଣଙ୍କ ଆଖିରୁ ନିଦ ହଜିଯାଇଥିବା ଏବେ ଖୋଲାଖୋଲି ଆଲୋଚନା ହେଉଛି…

Read More