Author: TRUPTIMAYEE SAHOO

ଯୁବ ମୁହଁ, ଥିଲା ବଡ଼ ଆଶା—ଏବଂ ଶେଷରେ ମିଳିଛି ତୀବ୍ର ନିରାଶା। ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଯେତେବେଳେ ଓଡ଼ିଶାର ଉଚ୍ଚଶିକ୍ଷାମନ୍ତ୍ରୀ ହେଲେ, ସେତେବେଳେ ରାଜ୍ୟର ଛାତ୍ରସମାଜ ତାଙ୍କୁ ଜଣେ “ଯୁବ ଆଶା” ଭାବେ ଦେଖିଥିଲା। ଦୀର୍ଘବର୍ଷ ଧରି ଜମା ହୋଇଥିବା ଅସନ୍ତୋଷ—ଅଧ୍ୟାପକ ଅଭାବ, ବନ୍ଦ ଛାତ୍ର ସଂସଦ, ନିରୁତ୍ସାହ କ୍ୟାମ୍ପସ୍ ଜୀବନ—ସବୁ ଏବେ ବଦଳିବ ବୋଲି ଆଶା କରାଯାଇଥିଲା। କିନ୍ତୁ ସମୟ ବିତିବା ସହିତ ସେଇ ଆଶା ଧୀରେଧୀରେ ଭାଙ୍ଗିବାରେ ଲାଗିଛି। ଆଜି ଦଳୀୟ ମହଲ ଓ ଶିକ୍ଷାଜଗତରେ ଯେଉଁ ଆଲୋଚନା ଚାଲିଛି, ସେହି ଆଲୋଚନାର ମୁଖ୍ୟ ନିଷ୍କର୍ଷ—ସୂର୍ଯ୍ୟବଂଶୀ ସୂରଜ ବିଫଳ ମନ୍ତ୍ରୀ ତାଲିକାର ଶୀର୍ଷରେ। ଆପଣମାନେ ଦେଖୁଥାଆନ୍ତୁ ପୂର୍ବପକ୍ଷ। ଛାତ୍ର ସଂସଦ ନିର୍ବାଚନ ପ୍ରତିଶ୍ରୁତି ପାଣିର ଗାର ବିଜେଡି ସରକାର ଅମଳରୁ ବନ୍ଦ ପଡ଼ିଥିବା ଛାତ୍ର ସଂସଦ ନିର୍ବାଚନ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟରେ ଥିଲା। ବିଜେପି ଛାତ୍ରସମାଜକୁ ଆକର୍ଷିତ କରିବା ପାଇଁ ଏହାକୁ ଏକ…

Read More