Author: TRUPTIMAYEE SAHOO

ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ଏବେ ଏମିତି ଗୋଟିଏ ସମୟ ମଧ୍ୟରେ ଅଛି, ଯେଉଁଠାରେ ପ୍ରତ୍ୟେକ ଦଳୀୟ ନିଷ୍ପତ୍ତି ଆଉ ଗୋଟିଏ ବିବାଦକୁ ଜନ୍ମ ଦେଉଛି। ଗତ ଦୁଇ ଦିନ ଧରି ଚାଲିଥିବା “ନିଲମ୍ବନ ମେଳା” କେବଳ ଦୁଇ ଜଣ ବିଧାୟକ ବା କିଛି ଜିଲ୍ଲାସ୍ତରୀୟ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନୁହେଁ; ଏହା ବିଜେଡିର ଭିତରୁ ଜମା ହୋଇ ରହିଥିବା ଅସନ୍ତୋଷ, ଅଭିମାନ ଓ ଅଭିଯୋଗର ଏକ ଖୋଲା ପ୍ରକାଶ। ଚମ୍ପୁଆର ବିଧାୟକ ସନାତନ ମହାକୁଡ଼ ଓ ପାଟକୁରାର ବିଧାୟକ ଅରବିନ୍ଦ ମହାପାତ୍ର ଦଳରୁ ନିଲମ୍ବିତ ହେବା ସହ ଯାଜପୁର ଜିଲ୍ଲାର ଦୁଇଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ନିଲମ୍ବନ—ଏହି ଶୃଙ୍ଖଳାବଦ୍ଧ ଘଟଣା ଦଳୀୟ ଶୃଙ୍ଖଳାର ପ୍ରଦର୍ଶନ ଭଳି ଦେଖାଯାଉଥିଲେ ବି, ତାହାର ରାଜନୀତିକ ଅର୍ଥ ଅଧିକ ଗଭୀର। ଏହି ନିଲମ୍ବନ ଘଟଣା ପରେ ବିଜେଡିର ଦୁଇ ଜଣ ମହିଳା ନେତ୍ରୀ ସାମାଜିକ ଗଣମାଧ୍ୟମରେ ଯେଭଳି ଭାବେ…

Read More