Author: TRUPTIMAYEE SAHOO

ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହ୍ୟାନ୍ ଆଜି ଏକ ସରକାରୀ ଗସ୍ତରେ ଭାରତ ଆସୁଛନ୍ତି। ତାଙ୍କର ଏହି ଗସ୍ତ ଏପରି ଏକ ସମୟରେ ଆସିଛି ଯେତେବେଳେ ପଶ୍ଚିମ ଏସିଆରେ ଇରାନ-ଆମେରିକା ସମ୍ପର୍କ ଖରାପ ହୋଇଛି । ୟେମେନ୍ ନେଇ ସାଉଦି ଆରବ ଏବଂ UAE ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏହି ସମୟରେ ଗାଜାରେ ରାଜନୈତିକ ଦୃଶ୍ୟପଟ ମଧ୍ୟ ଅସ୍ଥିର। ସମସ୍ତଙ୍କ ନଜର ଭାରତ-UAE ସହଭାଗୀତା ଉପରେ ରହିଛି । ରାଷ୍ଟ୍ରପତି ଭାବରେ ଏହା ନାହ୍ୟାନଙ୍କ ତୃତୀୟ ଏବଂ ଗତ ଦଶନ୍ଧିରେ ତାଙ୍କର ପଞ୍ଚମ ଗସ୍ତ ହେବ । UAEରେ ଥିବା ଭାରତୀୟ ଦୂତାବାସ ଏହି ଗସ୍ତକୁ ଭାରତ-UAE ବ୍ୟାପକ ରଣନୈତିକ ସହଭାଗୀତାର ଆଉ ଏକ ମାଇଲଖୁଣ୍ଟ ଏବଂ ରାଷ୍ଟ୍ରପତି ନାହ୍ୟାନ୍ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ନୂତନ ପଥ ପ୍ରସ୍ତୁତ କରିବାର ସୁଯୋଗ ବୋଲି ବର୍ଣ୍ଣନା କରିଛି…

Read More