Author: TRUPTIMAYEE SAHOO

ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ଯାଜପୁର ବିରଜା ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଧାର୍ମିକ ଗସ୍ତ ସହର ପାଇଁ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ସାମ୍ୱିଧାନିକ ପଦଧାରୀ ଯାଜପୁର ଗସ୍ତରେ ଆସିଥିବାରୁ ସହର ସମ୍ପୂର୍ଣ୍ଣ ଭାବେ ଉତ୍ସବମୁଖର ହୋଇଉଠିଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମେ ମାଆ ବିରଜାଙ୍କ ପବିତ୍ର ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ ସହ ବିଧିବଦ୍ଧ ପୂଜାର୍ଚ୍ଚନା କରିଥିଲେ । ପୂଜାକାର୍ଯ୍ୟ ସମୟରେ ୧୬ଜଣ ବ୍ରାହ୍ମଣ ଶାସ୍ତ୍ରୋକ୍ତ ମନ୍ତ୍ରୋଚ୍ଚାରଣ କରିଥିବାବେଳେ ୩୨ଜଣ ସେବାୟତ ପୂଜାକାର୍ଯ୍ୟ ସୁଚାରୁ ଭାବେ ସଂପନ୍ନ କରିବାରେ ସହଯୋଗ କରିଥିଲେ । ମନ୍ଦିର ପରିସରରେ ଏହି ସମୟରେ ଏକ ଗମ୍ଭୀର ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମାଆ ବିରଜାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ରାଷ୍ଟ୍ରପତି ନାଭିଗୟାକୁ ଯାଇ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ । ନାଭିଗୟା ହିନ୍ଦୁ ଧର୍ମରେ ପିତୃକାର୍ଯ୍ୟ ପାଇଁ ଏକ…

Read More