Author: TRUPTIMAYEE SAHOO

ଭାରତ–ଆମେରିକା ବାଣିଜ୍ୟ ସମ୍ପର୍କରେ ଏକ ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆସିଛି । ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ଶୁଳ୍କକୁ ୨୫ ପ୍ରତିଶତରୁ କମାଇ ୧୮ ପ୍ରତିଶତ କରିଛି । ଏହି ଘୋଷଣା ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ କରିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ମତାନୁସାରେ, ଆଗାମୀ ଦିନରେ ଏହି ଟାରିଫ ପୂରା ୨୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ୍ ଓ କୂଟନୈତିକ ଆଲୋଚନା ପରେ ଏହି ଟାରିଫ ହ୍ରାସ ଘୋଷଣା କରାଯାଇଥିବା ଟ୍ରମ୍ପ ସ୍ପଷ୍ଟ କରିଛନ୍ତି । ତାଙ୍କ କଥାନୁସାରେ, ଏହି ଚୁକ୍ତି ଦୁଇ ଦେଶର ମଧ୍ୟରେ ବନ୍ଧୁତ୍ୱ, ସମ୍ମାନ ଓ ସହଯୋଗର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବ । ଆମେରିକା ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ କମାଇବା ବଦଳରେ ଭାରତ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରୁ ଟ୍ୟାକ୍ସ କମାଇବାକୁ…

Read More