Author: TRUPTIMAYEE SAHOO

ଓଡ଼ିଶାର ରାଜନୀତିରେ କେତେକ ମୁହୂର୍ତ୍ତ ଏମିତି ଆସେ, ଯେଉଁଠି ଘଟଣାଠାରୁ ଅଧିକ ଗୁରୁତ୍ୱ ପାଏ ସଙ୍କେତ। ଦଳୀୟ ଘୋଷଣାଠାରୁ ଅଧିକ ଚର୍ଚ୍ଚା ସୃଷ୍ଟି କରେ ଭେଟଘାଟ, ମନ୍ତବ୍ୟ, ଯାତ୍ରା ଓ ନିରବତା। ଏବେ ବିଜେଡି ରାଜନୀତି ସେଇ ସଙ୍କେତର ଏକ ଚକ୍ରରେ ଘୁରୁଛି—ଯାହାର କେନ୍ଦ୍ରବିନ୍ଦୁରେ ଅଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ। ଏହା କୌଣସି ଦିନକର ଚର୍ଚ୍ଚା ନୁହେଁ, କୌଣସି ହଠାତ୍ ମନଗଢ଼ା ଗଳ୍ପ ମଧ୍ୟ ନୁହେଁ। ଗତ କିଛିସପ୍ତାହ ଧରି ଦଳର ଭିତରେ ଓ ବାହାରେ ଯେଉଁ ଗତିବିଧି ଦେଖାଯାଉଛି, ସେଥିରୁ ସ୍ପଷ୍ଟ ହୁଏ—ବିଜେଡି ଏବେ ଏକ ନୂଆ ଦଳୀୟ ସମୀକରଣର ସନ୍ଧାନରେ ଅଛି। ଏହି ସମୀକରଣରେ ପଶ୍ଚିମ ଓଡ଼ିଶା, ନେତୃତ୍ୱର ଭୂମିକା ଓ ଭବିଷ୍ୟତର ଦଳୀୟ ମୁହାଁ—ସବୁ ଏକାଠି ଗଣାଯାଉଛି। ତାରିଖ ଥିଲା ଜାନୁଆରୀ ୨୮। ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ଓ ବରଗଡ଼ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ—ଦୁଇଜଣଙ୍କ ମନ୍ତବ୍ୟ ଓଡ଼ିଶାର ରାଜନୀତିରେ…

Read More