Author: TRUPTIMAYEE SAHOO

ଭାରତୀୟ ଇତିହାସରେ ଗୋଟିଏ ନାଁ ଆଜି ପର୍ଯ୍ୟନ୍ତ ଉଦାହରଣ ଭାବେ ଉଚ୍ଚାରିତ ହୁଏ— ମହମ୍ମଦ ବିନ୍ ତୁଗଲକ । ୧୩୨୫ରୁ ୧୩୫୧ ପର୍ଯ୍ୟନ୍ତ ଦିଲ୍ଲୀ ସୁଲତାନତର ୧୮ତମ ସୁଲତାନ ଥିବା ତୁଗଲକଙ୍କୁ ଇତିହାସ ଏକ ଅଜବ ପରିଚୟ ଦେଇଛି— “ଜ୍ଞାନୀ ମୂର୍ଖ ”। ତାଙ୍କ ଭିତରେ ଭବିଷ୍ୟତ୍‌ ଦୃଷ୍ଟି ଥିଲା, କିନ୍ତୁ କାର୍ଯ୍ୟାନ୍ୱୟନରେ ଅସଫଳତା ଓ ଅତିରିକ୍ତ ଆତ୍ମବିଶ୍ୱାସ ତାଙ୍କୁ ଲୋକମୁଖରେ ବିଚିତ୍ର ଚରିତ୍ରରେ ପରିଣତ କରିଦେଲା । ଦିଲ୍ଲୀରୁ ଦୌଲତାବାଦ ଏବଂ ପୁଣି ଦୌଲତାବାଦରୁ ଦିଲ୍ଲୀକୁ ରାଜଧାନୀ ସ୍ଥାନାନ୍ତରଣ— ଏକ ପ୍ରୟାସ ଯାହାର ଉଦ୍ଦେଶ୍ୟ ରାଜନୈତିକ ଓ ପ୍ରଶାସନିକ ସୁଧାର ଥିଲା, କିନ୍ତୁ ପରିଣାମ ହେଲା ଜନକଷ୍ଟ, ଅସନ୍ତୋଷ ଓ ଅସ୍ଥିରତା। ଇତିହାସର ଏହି ଉଦାହରଣ ଆଜି କାହିଁକି ଉଲ୍ଲେଖ କରାଯାଉଛି ? କାରଣ ଓଡ଼ିଶାର ବର୍ତ୍ତମାନ ବିଜେପି ଶାସନରେ ନିଷ୍ପତ୍ତି ନେବା ପରେ ତାହାକୁ ପୁଣି ପଛକୁ ନେବାର ଯେଉଁ ଧାରା ଦେଖାଯାଉଛି, ତାହା ଆମକୁ ତୁଗଲକଙ୍କ ସ୍ମୃତି…

Read More