Author: TRUPTIMAYEE SAHOO

ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଫୁଟି ଏକ ନିର୍ଦୋଷ ବାଛୁରୀ ଗୁରୁତର ଆହତ ହୋଇଥିବା ଅଭିଯୋଗ ଆସିଛି। ଏହି ଅମାନବିକ ଘଟଣା ଆନନ୍ଦପୁର ଉପଖଣ୍ଡର ଘସିପୁରା ଥାନା ଅନ୍ତର୍ଗତ କୋଳିମାଟି ପଞ୍ଚାୟତର ଦରଖୋଳା ଗାଁରେ ଘଟିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, କେତେକ ଦୁର୍ବୃତ୍ତ ବାରହା ଶିକାର ପାଇଁ ଖାଦ୍ୟ ଭିତରେ ବିସ୍ଫୋରକ ଦ୍ରବ୍ୟ ଖଞ୍ଜି ରଖିଥିଲେ। ଗାଁରେ ଚରୁଥିବା ବାଛୁରୀ ଏହାକୁ ଖାଦ୍ୟ ଭାବି ଖାଇବାକୁ ଯାଇଥିବା ବେଳେ ହଠାତ୍ ବୋମା ଫୁଟିଯାଇଥିଲା। ବିସ୍ଫୋରଣରେ ବାଛୁରୀର ମୁହଁ ଭୟଙ୍କର ଭାବେ ଆହତ ହୋଇଥିବା ସହ ତାହାର ଅବସ୍ଥା ଗୁରୁତର ରହିଛି। ବିସ୍ଫୋରଣ ଶବ୍ଦ ଶୁଣି ଗ୍ରାମବାସୀ ଘଟଣାସ୍ଥଳକୁ ଧାଇଯାଇଥିଲେ। ଆହତ ବାଛୁରୀକୁ ତୁରନ୍ତ ପଶୁ ଚିକିତ୍ସକଙ୍କ ସହଯୋଗରେ ଚିକିତ୍ସା ପାଇଁ ପଠାଯାଇଛି। ଡାକ୍ତରମାନେ ତାହାର ଅବସ୍ଥା ଗୁରୁତର ବୋଲି କହିଥିବାବେଳେ ଜୀବନ ରକ୍ଷା ପାଇଁ ଚେଷ୍ଟା ଜାରି ରହିଛି। ଏପରି…

Read More