Author: Site Admin

ବିଶିଷ୍ଟ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ସ୍ମୃତିରେ ରାଉରକେଲାରେ ବର୍ଷବ୍ୟାପୀ ‘ଜନଜାତି ଗୌରବ ଦିବସ’କୁ ଉଦ୍‍ଘାଟନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୫ ତାରିଖରେ ଓଡ଼ିଶା ଆସିପାରନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି। ଆଦିବାସୀ ବୀରଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହା ଏହି କାର୍ଯ୍ୟକ୍ରମର ଏକ ଅଂଶ। ନଭେମ୍ବର ୧୫ତାରିଖରୁ ବର୍ଷବ୍ୟାପୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଏବଂ ସମଗ୍ର ଭାରତରେ ଆଦିବାସୀ ଅଧ୍ୟୁଷିତ ଗାଁଗୁଡ଼ିକରେ ସ୍ବତନ୍ତ୍ର ଗ୍ରାମସଭା ଓ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ। ତେବେ ଏ ନେଇ ପିଏମଓ କାର୍ଯ୍ୟାଳୟରୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ବୋଲି ଶ୍ରୀ ନାୟକ ସ୍ପଷ୍ଟ କରିଛନ୍ତି। ସେହିପରି ଅନୁସୂଚିତ ଅଞ୍ଚଳକୁ ପଞ୍ଚାୟତ ସଂପ୍ରସାରଣ ଆଇନ(ପେସା) ଆଇନ ୧୯୯୬ କୁ ମଧ୍ୟ ରାଜ୍ୟରେ କାର୍ଯ୍ୟକାରୀ କରାଯିବ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ରାଜ୍ୟର ୨୭ଟି ଜିଲ୍ଲାର ୨୩୪ଟି ବ୍ଲକର ୨୪୦୮ଟି ପଞ୍ଚାୟତରେ…

Read More