Author: Site Admin

ଏବେ ମହାରାଷ୍ଟ୍ର ଓ ଝାରଖଣ୍ଡ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲୁ ରହିଛି। ସବୁ ଦଳ ଜିତିବା ପାଇଁ ଜାନ ଲଗାଇ ଦେଇଛନ୍ତି। ମୁଖ୍ୟତ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ମୁକାବିଲା ହେଉଛି। ଏବେ ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର ଥିବା ବେଳେ ଝାରଖଣ୍ଡରେ ଜେଏମଏମ ସରକାର ରହିଛି। ବିଜେପିର ଲକ୍ଷ୍ୟ କଂଗ୍ରେସମୁକ୍ତ ଭାରତ। ସବୁ ରାଜ୍ୟରେ ବିଜେପି ଶାସନ ମୋଦି-ଶାହଙ୍କ ଲକ୍ଷ୍ୟ। ଚଳିତ ନିର୍ବାଚନରେ ମୋଦି-ଶାହଙ୍କ ରଣନୀତି ବିଜେପିକୁ ତୃତୀୟଥର ପାଇଁ କ୍ଷମତାକୁ ଆଣି ଇତିହାସ ରଚିଛି। ଏବେ ନିକଟରେ ହରିୟାଣା ଓ ଜମ୍ମୁ-କାଶ୍ମୀର ନିର୍ବାଚନ ଶେଷ ହୋଇଥିବା ବେଳେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେପି ହରିୟାଣାରେ ହ୍ୟାଟ୍ରିକ କରି ସରକାର ଗଢିଛି। ଅବଶ୍ୟ ଜମ୍ମୁ-କାଶ୍ମୀରରେ ବିଜେପି ପରାଜୟବରଣ କରିଛି। ଧାରା ୩୭୦ ଉଚ୍ଛେଦ ସତ୍ତ୍ୱେ ବିଜେପି କ୍ଷମତାକୁ ଆସିପାରିନାହିଁ। ଏବେ ମହାରାଷ୍ଟ୍ରରେ କ୍ଷମତାକୁ ବଜାୟ ରଖିବା ଓ ଝାରଖଣ୍ଡରେ ଜେଏମଏମକୁ ହଟାଇ କ୍ଷମତାକୁ…

Read More