Author: Site Admin

ଝାଡ଼ଖଣ୍ଡ‌ରେ ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୭ଟାରୁ ଆରମ୍ଭ ହୋଇ ଏହା ସନ୍ଧ୍ୟା ୫ଟା ଯାଏ ଚାଲିବ।। ପ୍ରଥମ ପର୍ଯ୍ୟାୟରେ ୧୫ ଜିଲ୍ଲାର ୪୩ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହେଉଛି।  ଭୋଟରମାନେ ୬୮୩ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।   ବିଶ୍ୱାସ କରାଯାଉଛି ଯେ ପ୍ରଥମ ପର୍ଯ୍ୟାୟରେ ଯିଏ ଅଧିକ ଆସନ ଜିତିବାରେ ସକ୍ଷମ ହେବ ସେ  କ୍ଷମତା ହାସଲ କରିପାରିବ।   ପ୍ରଥମ ପର୍ଯ୍ୟାୟରେ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଥିବା ୨୮ଟି ଆସନରୁ ୨୦ଟିରେ ଭୋଟ୍‌ ଗ୍ରହଣ ହେବ।  ବିଜେପି ଏବଂ ଜେଏମ୍‌ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ମଧ୍ୟରେ ଏହି ସବୁ ଆସନ ଗୁଡ଼ିକରେ ସିଧାସଳଖ ଲଢ଼େଇ ହେଉଛି।  ଏହି ପର୍ଯ୍ୟାୟରେ ହେମନ୍ତ ସୋରେନ ସରକାରର ୬ ମନ୍ତ୍ରୀ ଏବଂ ବିଜେପି ଟିକେଟ‌ରେ ନିର୍ବାଚନ ଲଢ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ୪ ସମ୍ପର୍କୀୟ ନିର୍ବାଚନ ଲଢ଼ୁଛନ୍ତି।  …

Read More