Author: Site Admin

ଆଫାଗାନିସ୍ତାନରେ ଛାଡିଯାଇଥିଲେ ମାର୍କିନ ସେନା ଜମ୍ମୁ-କାଶ୍ମୀରର ଅଖନୁର ଏନକାଉଣ୍ଟରରେ ନିହତ ହୋଇଥିବା ୩ ଆତଙ୍କବାଦୀଙ୍କଠାରୁ ଆମେରିକୀୟ ଏମ୍-୪ ରାଇଫଲ ମିଳିବା ପରେ ସେନା ବାହିନୀ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଆଫଗାନିସ୍ତାନରୁ ପ୍ରତ୍ୟାହାର ସମୟରେ ଆମେରିକୀୟ ସେନା ଛାଡ଼ି ଯାଇଥିବା ଏହି ମାରାତ୍ମକ ରାଇଫଲ୍ କିପରି ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ପାଖରେ ପହଞ୍ଚିଲା, ତାହା ସେନା ବାହିନୀକୁ ଆଶ୍ଚର୍ଯ୍ୟ କରିଛି। ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏହି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭାରତରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ଯୋଗାଉଛି। ଏହି ରାଇଫଲରେ ଷ୍ଟିଲ୍ ବୁଲେଟ ରହିଛି ଯାହା ଯଥେଷ୍ଟ ଶକ୍ତିଶାଳୀ। ଏହା ବୁଲେଟ୍‌ପ୍ରୁଫ୍‌ ଯାନ ଓ ସୁରକ୍ଷିତ ଭିତ୍ତିଭୂମିକୁ ମଧ୍ୟ କ୍ଷତି ପହଞ୍ଚାଇପାରେ। ସୂତ୍ରରୁ ପ୍ରକାଶ ଯେ, ସୀମା ଅତିକ୍ରମ କରୁଥିବା ଆତଙ୍କବାଦୀଙ୍କ ପାଖରେ ଏବେ ଏକେ-୪୭ ରାଇଫଲ୍ ଓ ଏମ୍-୪ କାର୍ବାଇନ୍ ରହିଛି। ଏଥିରେ ସୁରକ୍ଷା ବାହିନୀର ବ୍ୟାପକ କ୍ଷୟକ୍ଷତି ହେଉଛି। ୨୦୧୭ ମସିହାରେ ଜମ୍ମୁ-କାଶ୍ମୀରରେ ଜୈଶ-ଏ-ମହମ୍ମଦ…

Read More