Author: Ayesha Debnath

Mahira Sharma: ଗୁଜବ ଦୁନିଆରେ ଏବେ ଯୋଡ଼ି ହୋଇଛି ଆଉ ଏକ ଯୋଡ଼ିର ନାମ । ଟିଭି ଅଭିନେତ୍ରୀ ମାହିରା ଶର୍ମା ଏବେ କ୍ରିକେଟର ମହମ୍ମଦ ସିରାଜଙ୍କୁ ଡେଟ୍ କରୁଥିବାର ଚର୍ଚ୍ଚା ହେଉଛି। ମାହିରା ଏବଂ ସିରାଜଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ବୁଧବାର ଦିନ ଅନେକ ରିପୋର୍ଟରେ ଦାବି କରାଯାଇଛି। ତେବେ ମାହିରା କିମ୍ବା ସିରାଜ ଏହି ଗୁଜବ ଉପରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି, କିନ୍ତୁ ଅଭିନେତ୍ରୀଙ୍କ ମା’ କ୍ରିକେଟରଙ୍କ ସହ ଡେଟିଂ ଗୁଜବ ଉପରେ ନୀରବତା ଭାଙ୍ଗି ପୂରା ସତ ସାମ୍ନାକୁ ଆଣିଛନ୍ତି। ସିରାଜଙ୍କ ସହ ଡେଟିଂ ଗୁଜବକୁ ନେଇ ଅଭିନେତ୍ରୀଙ୍କ ମା’ ମୁହଁ ଖୋଲିଛନ୍ତି। ସୂଚନାଯୋଗ୍ୟ, ବିଗ୍ ବସ୍ ୧୩ରେ ପ୍ରତିଯୋଗୀ ଥିବା ମାହିରା ଶର୍ମାଙ୍କ ମା’ ସାନିଆ ଶର୍ମା ତାଙ୍କ ଝିଅ କ୍ରିକେଟର ସିରାଜଙ୍କୁ ଡେଟ୍ କରୁଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ସାନିଆ ଶର୍ମା ଟାଇମ୍ସ ନାଓକୁ କହିଛନ୍ତି, ଲୋକମାନେ କିଛି ବି କୁହନ୍ତି।…

Read More