Author: Ayesha Debnath

Pahalgam attack: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣଙ୍କ ମୃତ୍ୟୁ ହେବାର ୪୦ ଘଣ୍ଟାରୁ ବି କମ୍ ସମୟ ମଧ୍ୟରେ ଭାରତୀୟ ସୁରକ୍ଷା ବାହିନୀ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ନିର୍ଦ୍ଦିଷ୍ଟ ଆତଙ୍କବାଦୀ ଲଞ୍ଚପ୍ୟାଡ୍ ଏବଂ ପ୍ରଶିକ୍ଷଣ ଶିବିରଗୁଡ଼ିକୁ ଠାବ କରିଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି କେନ୍ଦ୍ରଗୁଡ଼ିକ ଉପରେ ଭାରତୀୟ ଏଜେନ୍ସିମାନେ ମାସ ମାସ ଧରି ତୀକ୍ଷ୍ନ ନଜର ରଖିଛନ୍ତି। ସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଅପରେସନ୍ ବିକଳ୍ପ ଏବଂ ରଣନୈତିକ ସୁପାରିସ ସମେତ ଏକ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ସେନା ଏସବୁ ଘଟଣା ଉପରେ ତୀକ୍ଷ୍ନ ନଜର ରଖିଛି। ଅନୁପ୍ରବେଶ ନିରୋଧୀ ଗ୍ରିଡ୍ ର ସଠିକ୍ ତଦାରଖ ସମ୍ପ୍ରସାରଣ ଏବଂ ସୁଦୃଢ଼ୀକରଣ ସମେତ ରଣନୀତିକ ବିକଳ୍ପ ଉପରେ ବିଚାର କରାଯାଉଛି। ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ-କଶ୍ମୀର ସମ୍ମୁଖରେ ଅନୁପ୍ରବେଶ ଉଦ୍ୟମ…

Read More