Author: Ayesha Debnath

Donald Trump: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରଠାରୁ କ୍ରମାଗତ ଭାବେ ଇମିଗ୍ରେସନ ନିୟମରେ ପରିବର୍ତ୍ତନ କରିଛନ୍ତି । ପ୍ରଥମତଃ ଟ୍ରମ୍ପ ପ୍ରଶାସନ ଜନ୍ମଗତ ନାଗରିକତା ରଦ୍ଦ କରିଥିଲେ ହେଁ ଏବେ ସିଏଟଲ କୋର୍ଟରେ ଏ ନେଇ ମାମଲା ଚାଲିଛି। ସେହିଭଳି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଅନେକ ନିୟମକୁ କଡ଼ାକଡ଼ି କରିବାର ସଙ୍କେତ ଦେଇଛନ୍ତି। ତେବେ ଟ୍ରମ୍ପ ତାଙ୍କ ପ୍ରଚାର ସମୟରେ କହିଥିଲେ ଯେ, ଆମେରିକୀୟ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କୁ ଗ୍ରୀନ କାର୍ଡ ଦିଆଯିବା ଉଚିତ। ସାଧାରଣତଃ ଇମିଗ୍ରେସନକୁ ନେଇ କଠୋର ଥିବା ଟ୍ରମ୍ପଙ୍କ ମୁହଁରୁ ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସ୍ଥାୟୀ ବାସସ୍ଥାନ, ଯାହାକୁ ସାଧାରଣତଃ ଗ୍ରୀନ୍ କାର୍ଡ ବୋଲି କୁହାଯାଏ, ବିଦେଶୀମାନଙ୍କୁ ଆମେରିକାରେ ସ୍ଥାୟୀ ଭାବରେ ରହିବା ଏବଂ କାମ କରିବା ପାଇଁ ଦିଆଯାଏ । ଗ୍ରୀନ୍ କାର୍ଡ ପାଇଁ ପ୍ରତିବର୍ଷ ହଜାର ହଜାର ଲୋକ ଆବେଦନ କରିଥାନ୍ତି।…

Read More