Author: Ayesha Debnath

Mahashivratri: ଆଜି ଫାଲ୍‌ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି । ପ୍ରତ୍ୟେକ ଶୈବପୀଠରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼ । ସବୁଠି ଶୁଣିବାକୁ ମିଳୁଛି ମହା ମହାମୃତ୍ୟୁଞ୍ଜୟ ମନ୍ତ୍ର ଏବଂ ହର ହର ମହାଦେବରେ କମ୍ପୁଛି ଗଗନ, ପବନ । ଆଜି ଦେବ ଦେବ ମହାଦେବଙ୍କ ପର୍ବ ଜାଗର । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଗାଁ ଠୁ ସହର। ଚାରିଆଡେ ଦେଖିବାକୁ ମିଳୁଛି ଭକ୍ତିମୟ ପରିବେଶ । ବାବା ଭୋଳାନାଥଙ୍କୁ ଉପାସନା କରି ଜାଗର ଜାଳିବେ ଶ୍ରଦ୍ଧାଳୁ । ଭଗବାନ ଶିବଙ୍କୁ ସ୍ମରଣ କରିବା, ପ୍ରାର୍ଥନା ଜପ କରିବା, ଉପବାସ କରିବା ଦ୍ୱାରା ମାନବ ଭିତରେ ଥିବା ସମସ୍ତ କଳୁଷିତ ଭାବନାର ଅନ୍ତ ଘଟେ ବୋଲି ବିଶ୍ୱାସ ରହିଛି। ଭାରତୀୟ ଧାର୍ମିକ ସଂସ୍କୃତିରେ ଏହି ପର୍ବର ଏକ ବିଶେଷ ମହତ୍ତ୍ୱ ରହିଛି। ଶିବରାତ୍ରୀଦିନ ବ୍ରତଧାରୀମାନେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ସାରା…

Read More