What's Hot
Author: Ayesha Debnath
ନିମ୍ନ ନ୍ୟାୟପାଳିକାକୁ ସୁଦୃଢ଼ କରିବା ପାଇଁ ୨୨ଟି ଜିଲ୍ଲାରେ ୪୬ଟି ସିଭିଲ ଜଜ୍ କୋର୍ଟ ପ୍ରତିଷ୍ଠା କଲେ ରାଜ୍ୟ ସରକାର
Odisha Govt : ଆଇନଗତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ବର୍ତ୍ତମାନର ନ୍ୟାୟିକ ଭିତ୍ତିଭୂମି ଉପରେ କାର୍ଯ୍ୟଭାର ହ୍ରାସ କରିବା ପାଇଁ ଓଡ଼ିଶାର ୨୨ଟି ଜିଲ୍ଲାରେ ମୋଟ ୪୬ଟି ସିଭିଲ ଜଜ୍ (ଜୁନିୟର ଡିଭିଜନ) ଅଦାଲତ ଗଠନ କରାଯାଇଛି। ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶକ୍ରମେ ଏହି ଅଦାଲତ ପ୍ରତିଷ୍ଠା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋର, ବାହାନଗା ଓ ଜଳେଶ୍ୱରରେ ଏହି ଅଦାଲତ ରହିଛି। ସମ୍ବଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା; ରାୟଗଡ଼ା ଜିଲ୍ଲାର ରାୟଗଡ଼ା; ପୁରୀ ଜିଲ୍ଲାର ସତ୍ୟବାଦୀ; କେନ୍ଦୁଝର ଜିଲ୍ଲାର ସାହାରପଡ଼ା ଓ ହରିଚନ୍ଦନପୁର; ମୟୂରଭଞ୍ଜ ଜିଲ୍ଲାର ବାହାଲଦା, ରାରୁଆଁ, ବିଶୋଇ ଓ ବାରିପଦା; ଜଗତସିଂହପୁର ଜିଲ୍ଲାର ବାଲିକୁଦା ଓ ନୂଆଗାଁ; ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା, ଲେଫ୍ରିପଡ଼ା, ବରଗାଁ ଓ କୁଆଁରମୁଣ୍ଡା; କଟକ ଜିଲ୍ଲାର ବାରଙ୍ଗ ଓ କଣ୍ଟାପଡ଼ା; ସୋନପୁର…
