Author: Ayesha Debnath

Heat Wave: ଫଗୁଣ ମାସରୁ ହିଁ ଅସମ୍ଭାଳ ତାତି । ଗରମରେ କଲବଲ ହେଉଛି ଜୀବନ । ରାଜ୍ୟରେ ତାତି ଛୁଇଁଲା ୩୯ ଡିଗ୍ରୀ । ମାର୍ଚ୍ଚ ଆରମ୍ଭରୁ ହିଁ ଅସମ୍ଭାଳ ତାତି ହେବାରେ ଲାଗିଛି। ସମୟ ଯେତେ ଗଡୁଛି ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ସକାଳେ ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଥିବା ବେଳେ ରାତିରେ ଗରମରୁ ଶାନ୍ତି ମିଳୁନି । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ଅଧିକ ରହିଛି । ଗତକାଲି ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୯ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି । ଏବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୯ ଡିଗ୍ରୀ ଛୁଇଁଲା ତାପମାତ୍ରା । ଏବେଠୁ ଅନେକ ସ୍ଥାନର ତାପମାତ୍ରା ୩୯ ଡିଗ୍ରୀ ପାର କରିଥିବାବେଳେ କିଛି ଦିନ ମଧ୍ୟରେ ୪୦ ଡିଗ୍ରୀ ଛୁଇଁପାରେ…

Read More