Author: Ayesha Debnath

Anganwadi Worker: ହିତାଧିକାରୀଙ୍କ ଖାତାକୁ ଆସିଲା ସୁଭଦ୍ରା ଟଙ୍କା। ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି। ଦିନକ ପରେ ୮ ତାରିଖରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା। ବଞ୍ଚିତ ହୋଇଥିବା ମହିଳାଙ୍କ ପାଇଁ ଡୋର୍ ଟୁ ଡୋର୍ ସର୍ଭେ କରିବେ ସରକାର। ହେଲେ ବର୍ତ୍ତମାନ ସୁଭଦ୍ରା ଯୋଜନାକୁ ନେଇ ସରକାର କରିଛନ୍ତି ଏକ ବଡ଼ ଘୋଷଣା । ଏବେ ୫ ନୁହେଁ ମିଳିବ ୬୫୦୦ ଟଙ୍କା । ହେଲେ ସମସ୍ତଙ୍କ ମିଳିବ ନାହିଁ ୬୫୦୦ ଟଙ୍କା। କେବଳ ଏମାନଙ୍କୁ ମିଳିବ ୬୫୦୦ । ସୁଭଦ୍ରା ପାଇଁ ଅଙ୍ଗବାଡ଼ି କର୍ମୀଙ୍କୁ ମିଳିବ ପୁରସ୍କାର । ଅଙ୍ଗନବାଡ଼ି କର୍ମୀଙ୍କୁ ୧୫୦୦ ଟଙ୍କା । ସେହିପରି ସହାୟିକାଙ୍କୁ ୫୦୦ ଟଙ୍କାର ପୁରସ୍କାର ମଧ୍ୟ ମିଳିବ। ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ସୁଭଦ୍ରା ଯୋଜନା ଆରମ୍ଭରୁ ଅଙ୍ଗନବାଡି କର୍ମୀମାନଙ୍କର ନିରନ୍ତର ସହଯୋଗ ରହିଆସିଛି ।…

Read More