Author: Ayesha Debnath

Water Melon: ଗରମ ଦିନ ଆସି ସାରିଛି । ତେଣୁ ବଜାରରେ ଅନେକ ଜାଗାରେ ତରଭୁଜ ଦେଖିବାକୁ ମିଳୁଛି । ଗ୍ରୀଷ୍ମ ଋତୁରେ ତରଭୁଜ ଖାଇବାର ମଜା କିଛି ଅଲଗା । ଶରୀରକୁ ଥଣ୍ଡା ଓ ସତେଜ ରଖିବା ପାଇଁ ସର୍ବୋତ୍ତମ ବିକଳ୍ପ ହେଉଛି ତରଭୁଜ । କେବଳ ଶରୀରକୁ ଶୀତଳ କରିବାରେ ନୁହେଁ ବରଂ ଏଥିରେ ଭରି ରହିଛି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଉପକାରୀ ଗୁଣ । ଲାଇକୋପିନ୍‌ର ମାତ୍ରା ପ୍ରଚୁର ଥିବା ଯୋଗୁ ତ୍ୱଚାରେ ଚମକ ଆଣିବାରେ ଏହା ବିଶେଷ ସହାୟକ ହୋଇଥାଏ। ତରଭୁଜରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯେପରିକି ପୋଟାସିୟମ୍, ରାଇବୋଫ୍ଲାଭିନ, ଆଇରନ୍, କ୍ୟାଲସିୟମ୍, ଜିଙ୍କ, ଫାଇବର, ନିୟାସିନ୍, ଆଇରନ୍, ଭିଟାମିନ୍-ଏ, ସି, ବି ଓ ଲାଇକୋପିନ୍ । ଯାହା ଆମ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ କାର୍ଯ୍ୟ କରିଥାଏ । ଏତେ ଫାଇଦା ଥିବା ସତ୍ୱେ ତରଭୁଜ ଅନେକ ଲୋକଙ୍କ ପାଇଁ ଅଭିଶାପ ।…

Read More